ରାଜ୍ୟରେ ୧୦୬୪୯ ନୂଆ କୋରୋନା ଆକ୍ରାନ୍ତ, ୧ ଲକ୍ଷ ପାର୍ କଲା ସକ୍ରିୟ ମାମଲା | News Room Odisha

ରାଜ୍ୟରେ ୧୦୬୪୯ ନୂଆ କୋରୋନା ଆକ୍ରାନ୍ତ, ୧ ଲକ୍ଷ ପାର୍ କଲା ସକ୍ରିୟ ମାମଲା

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ହିଁ ରହିଛି । ଗତ ୨୪ ଘଂଟାରେ ୧୦ ହଜାର ୬୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୯୬୫ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୬୮୪ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୩୦ । ସୁନ୍ଦରଗଡରୁ ୭୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୫୭, ବାଲେଶ୍ୱରରୁ ୫୦୩, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡାରୁ ୩୬୮, ନୟାଗଡରୁ ୩୫୭, ପୁରୀରୁ ୩୩୫, ନୂଆପଡାରୁ ୩୩୧, ଯାଜପୁରରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୨୭୮, କଳାହାଣ୍ଡିରୁ ୨୬୩, ଗଞ୍ଜାମରୁ ୨୪୫, ବୌଦ୍ଧରୁ ୨୩୨, ଢେଙ୍କାନାଳରୁ ୨୨୦, ଭଦ୍ରକରୁ ୨୧୬, ନବରଙ୍ଗପୁରରୁ ୨୦୭, ବଲାଙ୍ଗୀରରୁ ୧୯୮, ସୋନପୁରରୁ ୧୯୫, କେନ୍ଦ୍ରାପଡାରୁ ୧୮୫, କେନ୍ଦୁଝରରୁ ୧୭୫, କୋରାପୁଟରୁ ୧୬୪, ରାୟଗଡାରୁ ୧୬୩, ଦେବଗଡରୁ ୧୧୨, ଗଜପତିରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୭୩ ହଜାର ୬୮୦ ରୋଗୀ । ସକ୍ରିୟ ମାମଲା ୧ ଲକ୍ଷ ୩୧୩କୁ ବୃଦ୍ଧି ପାଇଛି ।