ରାଜ୍ୟରେ ୪ ହଜାର ୩୫୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯୦୨, ୨୪ ଘଂଟାରେ ୧୬ ମୃତ | News Room Odisha

ରାଜ୍ୟରେ ୪ ହଜାର ୩୫୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯୦୨, ୨୪ ଘଂଟାରେ ୧୬ ମୃତ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪ ହଜାର ୩୫୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ସଂଗରୋଧ କେନ୍ଦ୍ରରୁ ୨ ହଜାର ୫୨୯ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୮୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସବୁଠୁ ଅଧିକ ୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୪୦୯ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ମଧ୍ୟରେ ଅନୁଗୁଳରୁ ୧୯୭, ବାଲେଶ୍ୱରରୁ ୧୯୪, ଭଦ୍ରକରୁ ୧୨୪, ଜଗତସିଂହପୁରରୁ ୧୭୧, ଯାଜପୁରରୁ ୧୩୬, ଝାରସୁଗୁଡାରୁ ୧୨୦, କେନ୍ଦ୍ରାପଡାରୁ ୧୧୯, ମୟୂରଭଂଜରୁ ୧୫୩, ନୂଆପଡାରୁ ୧୭୩, ପୁରୀରୁ ୧୬୮, ରାୟଗଡାରୁ ୧୨୧, ବରଗଡରୁ ୧୦୬, ସୁନ୍ଦରଗଡରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨ ହୋଇଥିବା ବେଳେ ଏଥିରୁ ୧ ଲକ୍ଷ ୬୫ ହଜାର ୪୩୨ ରୋଗୀ ସୁସ୍ଥ ହୋଇଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବା ସକ୍ରିୟ ମାମଲା ହେଲା ୩୯ ହଜାର ୧୮୪ । ଗତ ୨୪ ଘଂଟାରେ ରାଜ୍ୟରେ କୋରୋନାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୭୮୩ରେ ପଂହଚିଛି ।