ରେଂଗାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମହିଳା ମୃତ, ୫ ଗୁରୁତର | News Room Odisha

ରେଂଗାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମହିଳା ମୃତ, ୫ ଗୁରୁତର

ସମ୍ବଲପୁର- ଆଜି ଭୋରରୁ ସମ୍ବଲପୁର- ଝାରସୁଗୁଡା ରାସ୍ତା ର ରେଙ୍ଗାଲି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ଭିମସାରରେ ଚିକିତ୍ସା କରାଯାଉଛି। 

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରତିରେ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଅଞ୍ଚଳର ସୌରଭ ଅଗ୍ରୱାଲ ତାଙ୍କ ସ୍ତ୍ରୀ ନେହା ଅଗ୍ରୱାଲ, ମା ମଂଜୁଲତା ଅଗ୍ରୱାଲ, ୭ ବର୍ଷର ପୁଅ ରିତ ଅଗ୍ରୱାଲ ,୯ ବର୍ଷର ଝିଅ ରିତିକା ଅଗ୍ରୱାଲ ଓ ପଡୋଶୀ ବନ୍ଧୁଙ୍କ ସ୍ତ୍ରୀ ପୂଜା ଶର୍ମା ଙ୍କ ସହିତ ଝାରସୁଗୁଡା ଶ୍ରୀ ଶ୍ୟାମ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ସେଠାରୁ ଦର୍ଶନ ସାରି ଆଜି ଭୋର୍ ପ୍ରାୟ ସାଢେ ୩ଟାରେ ନିଜର ଇକୋ ସ୍ପୋର୍ଟସ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ଶାସନ ବାଇପାସ୍ ନିକଟରେ ଏକ ଟ୍ରକ କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ କାର୍ ଟି ଚୂରମାର ହେବା ସହ ଟ୍ରକରେ ଲଟକି ରହି ଅନେକ ବାଟ ଘୋଷାଡି ହୋଇଥିଲା ! ଫଳରେ ସମସ୍ତେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଏଠାରେ ସୌରଭଙ୍କ ମା ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ନେହାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୌରଭଙ୍କ ଦୁଇ ପୁଅ ଓ ଝିଅଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।