ରେଳବାଇ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ୯ ମୃତ | News Room Odisha

ରେଳବାଇ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ୯ ମୃତ

କୋଲକାତା – ସ୍ଥାନୀୟ ଷ୍ଟ୍ରାଣ୍ଡ ରୋଡ ସ୍ଥିତ ପୂର୍ବ ରେଳ କାର୍ଯ୍ୟାଳୟର ୧୩ତମ ମହଲାରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ କହିଛି ଯେ ସୋମବାର ସନ୍ଧ୍ୟା ପ୍ରାୟ ୬.୧୦ ସମୟରେ ହୁଗୁଳି ନଦୀ କୂଳରେ ଥିବା ନ୍ୟୁ କୋଇଲଘାଟ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା।

ପୂର୍ବାଞ୍ଚଳ ରେଳ କର୍ମଚାରୀ କହିଛନ୍ତି ଯେ ୧୩ତମ ମହଲାରେ ଏକ ଆକାଉଣ୍ଟିଂ ଅଫିସ୍ ଅଛି | କୋଠାକୁ ଖାଲି କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତି ୧୦:୧୫ରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଏହି ଦୁର୍ଘଟଣାରେ ନଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି।

ସେ କହିଛନ୍ତି ଯେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଯୋଗାଇବା ପାଇଁ ସେ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ଯେଉଁମାନେ ଲିଫ୍ଟ ବ୍ୟବହାର କରୁଥିଲେ ସେମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି