ସଂସଦ କ୍ୟାଣ୍ଟିନ୍‌ରେ ବନ୍ଦ ହେଲା ସବ୍‌ସିଡିଯୁକ୍ତ ଖାଦ୍ୟ | News Room Odisha

ସଂସଦ କ୍ୟାଣ୍ଟିନ୍‌ରେ ବନ୍ଦ ହେଲା ସବ୍‌ସିଡିଯୁକ୍ତ ଖାଦ୍ୟ

ନୂଆଦଲ୍ଲୀ – ସଂସଦ କ୍ୟାଣ୍ଟିନ୍ ଖାଦ୍ୟ ଉପରେ ଆଉ ମିଳିବନି ସବ୍‌ସିଡି । ଆଗାମୀ ବଜେଟ୍ ଅଧିବେଶନରୁ ସଂସଦ କ୍ୟାଣ୍ଟିନ୍ ଖାଦ୍ୟ ଉପରେ ମିଳୁଥିବା ରିହାତି ବନ୍ଦ ହେବ । ସଂସଦ କ୍ୟାଣ୍ଟିନରେ ସବୁପ୍ରକାର ସବସିିଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ସେ କହିଛନ୍ତି ଯେ, ସଂସଦ କ୍ୟାଣ୍ଟିନରେ ସାଂସଦ ଓ ଅନ୍ୟ ଲୋକଙ୍କୁ ଖାଦ୍ୟ ଉପରେ ଯେଉଁ ସବ୍‌ସିଡି ମିଳୁଥିଲା, ତାକୁ ବନ୍ଦ କରାଯାଇଛି । ସବ୍‌ସିଡି ବନ୍ଦ କରିବା ପାଇଁ ଦୁଇବର୍ଷ ତଳୁ ହିଁ କିଛି ସାଂସଦ ଦାବି କରିଥିଲେ । ଲୋକସଭାର ବିଜନେସ୍ ଆଡଭାଇଜରୀ କମିଟି ସର୍ବସମ୍ମତି କ୍ରମେ ସଂସଦ କ୍ୟାଣ୍ଟିନରେ ରିହାତିଯୁକ୍ତ ଖାଦ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏବେ ଏହି କ୍ୟାଣ୍ଟିନରେ ସାଂସଦମାନଙ୍କୁ ଧାର୍ଯ୍ୟ ଦର ଅନୁସାରେ ଖାଦ୍ୟର ବିଲ୍ ପୈଠ କରିବାକୁ ପଡିବ । ସଂସଦ କ୍ୟାଣ୍ଟିନରେ ସବ୍‌ସିଡି ବନ୍ଦ ହେବା ପରେ ବାର୍ଷିକ ୮ କୋଟି ରାଜସ୍ୱ ବଞ୍ଚିବ । ଉତ୍ତର ରେଳବାଇ ପରିବର୍ତ୍ତେ ଏବେ ଆଇଟିଡିସିକୁ ସଂସଦ କ୍ୟାଣ୍ଟିନର ପରିଚାଳନା ଦାୟିତ୍ୱ ଦିଆଯିବ ।