ସବୁ ବ୍ୟାଙ୍କର ଘରୋଇକରଣ ହେବ ନାହିଁ: ସୀତାରମଣ | News Room Odisha

ସବୁ ବ୍ୟାଙ୍କର ଘରୋଇକରଣ ହେବ ନାହିଁ: ସୀତାରମଣ

ନୂଆଦିଲ୍ଲୀ – ଦେଶର ସବୁ ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ ହେବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ବ୍ୟାଙ୍କଗୁଡିକର ସମସ୍ତ କର୍ମଚାରୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ। ବଜେଟରେ ସରକାର ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ଘୋଷଣା କରିଥିଲେ । ତେବେ ଏପର୍ଯ୍ୟନ୍ତ ଉକ୍ତ ଦୁଇଟି ବ୍ୟାଙ୍କର ନାମ ଘୋଷଣା କରାଯାଇ ନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବ୍ୟାଙ୍କଗୁଡିକର ଘରୋଇକରଣ ତଥା ବିମୁଦ୍ରୀକରଣ ସହ ଜଡିତ ଅନ୍ୟାନ୍ୟ ନିଷ୍ପତ୍ତି ବିରୋଧରେ ବ୍ୟାଙ୍କ କର୍ମଚାରୀମାନେ ଦୁଇ ଦିନିଆ ଧର୍ମଘଟ କରିଛନ୍ତି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଅଧୀନରେ ଏହି ଧର୍ମଘଟ ହୋଇଛି। ଏଥିରେ ନଅଟି ପ୍ରମୁଖ ବ୍ୟାଙ୍କ ୟୁନିଅନ ସାମିଲ ହୋଇଛନ୍ତି |