ସାଢ଼େ ତିନି ଲକ୍ଷ ଟପିଲା ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୩.୫୨ ଲକ୍ଷ ମାମଲା, ୨୮୧୨ ମୃତ | News Room Odisha

ସାଢ଼େ ତିନି ଲକ୍ଷ ଟପିଲା ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୩.୫୨ ଲକ୍ଷ ମାମଲା, ୨୮୧୨ ମୃତ

ନୂୂଆଦିଲ୍ଲୀ: ଦେଶରେ ଘାତକ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ସଂକ୍ରମଣରେ ଭାରତ ଆଉ ଏକ ରେକର୍ଡ ସ୍ତର ଛୁଇଁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୨ ହଜାର ୯୯୧ ନୂଆ ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ। ଏଥିସହ ଏହି ରୋଗରେ ଆଉ ୨୮୧୨ ଜଣଙ୍କର ମୃତ୍ୟୁ ଘଟିଛି।

ଭାରତରେ କ୍ରମାଗତ ପଞ୍ଚମ ଦିନ ପାଇଁ ସଂକ୍ରମଣ ତିନି ଲକ୍ଷ ଟପିଛି ଏବଂ ପ୍ରଥମ ଥର ଏହି ସଂଖ୍ୟା ସାଢ଼େ ତିନି ଲକ୍ଷ ଅତିକ୍ରମ କରିଛି ।

ଦେଶରେ ଏବେ ମୋଟ ମାମଲା ଏକ କୋଟି ୭୩ ଲକ୍ଷ ୧୩ ହଜାର ୧୬୩ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ଦୁଇ ଲକ୍ଷର ନିକଟତର ହୋଇଛି । ଭାରତରେ କରୋନାରେ ବର୍ତ୍ତମାନ ମୋଟ ଏକ ଲକ୍ଷ ୯୫ ହଜାର ୧୨୩ ଜଣ ପ୍ରାଣ ହରାଇଛନ୍ତି ।
ଦେଶରେ ସକ୍ରିୟ ମାମଲ ୨୮ ଲକ୍ଷ ୧୩ ହଜାର ୬୫୮କୁ ବୃଦ୍ଧି ପାଇଛି। ତେବେ ଗତକାଲି ୨ ଲକ୍ଷ ୧୯ ହଜାର ୨୭୨ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ସର୍ବଶେଷ ପରିସ୍ଥିତି କିପରି ଅଛି ଜାଣନ୍ତୁ | ଏଯାବତ୍ ଏକ କୋଟି ୪୩ ଲକ୍ଷ ୪ ହଜାର ୩୮୨ ଜଣ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ।

COVID-19