ସିଙ୍ଘୁ ସୀମାରେ ଉତ୍ତେଜନା, ସ୍ଥାନୀୟ ଲୋକ ଓ ଆନ୍ଦୋଳନରତ ଚାଷୀ ମାନଙ୍କ ମଧ୍ୟରେ ସଂଘର୍ଷ, ପୋଲିସର ଲାଠିଚାର୍ଜ | News Room Odisha

ସିଙ୍ଘୁ ସୀମାରେ ଉତ୍ତେଜନା, ସ୍ଥାନୀୟ ଲୋକ ଓ ଆନ୍ଦୋଳନରତ ଚାଷୀ ମାନଙ୍କ ମଧ୍ୟରେ ସଂଘର୍ଷ, ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ – ସିଙ୍ଘୁ ସୀମାରେ ଆଜି ସ୍ଥାନୀୟ ଲୋକ ଓ ଆନ୍ଦୋଳନରତ ଚାଷୀ ମୁହାମୁହିଁ ହୋଇଛନ୍ତି । ଉଭୟ ପକ୍ଷ ପରସ୍ପର ଉପରକୁ ଟେକା ମାଡ଼ କରିଛନ୍ତି ।
ଦିନ ପ୍ରାୟ ଗୋଟାଏ ବେଳେ ନରେଲାରୁ ଆସିଥିବା ଲୋକମାନେ ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ପହଞ୍ଚି କୃଷକମାନଙ୍କୁ ସେଠାରୁ ହଟିବାକୁ ଦାବି କରି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସେମାନେ କହିଛନ୍ତି ଯେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ସ୍ଥାନୀୟ ଲୋକଙ୍କ ବ୍ୟବସାୟ ପ୍ରଭାବିତ ହେଉଛି। ଦିନ ପ୍ରାୟ ୧.୪୫ ସମୟରେ, ଏହି ଲୋକମାନେ କୃଷକଙ୍କ ତମ୍ବୁରେ ପହଞ୍ଚି ଅତ୍ୟାବଶ୍ୟକ ସାମଗ୍ରୀ ଭାଙ୍ଗିଥିଲେ | ଏହା ପରେ କୃଷକ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ପାର୍ଶ୍ୱରେ ପଥରମାଡ଼ ମଧ୍ୟ ଘଟିଥିଲା।

ପୋଲିସ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସ୍ଥିତି ବିଗିଡିଯିବାରୁ ଲାଠି ଚାର୍ଜ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏହି ସଂଘର୍ଷରେ ଅନେକ ଲୋକ ଆହତ ହୋଇଛନ୍ତି। କେତେକ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆଲିପୁର ପୋଲିସ ଷ୍ଟେସନର ଏସଏଚ୍ଓ କୁ ମଧ୍ୟ ଖଣ୍ଡା ଦ୍ୱାରା ଆକ୍ରମଣ କରାଯାଇଛି।