ସିଭିଲ୍ ସର୍ଭିସ୍ ପରୀକ୍ଷା ଘୁଞ୍ଚିଲା | News Room Odisha

ସିଭିଲ୍ ସର୍ଭିସ୍ ପରୀକ୍ଷା ଘୁଞ୍ଚିଲା

ନୂୂଆଦିଲ୍ଲୀ: ଗମ୍ଭୀର କରୋନା ସ୍ଥିତି ଦୃଷ୍ଟିରୁ ଜୁନ୍ ୨୭ରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଅକ୍ଟୋବର ୧୦ରେ କରାଯିବ ବୋଲି ୟୁପିଏସସି ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ।

ଗୁରୁବାର ଦେଶରେ କୋଭିଡ-୧୯ର ୩,୬୨,୭୨୭ ନୂଆ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ପୁଣି ୪୧୨୦ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ମୋଟ ମାମଲା ୨,୩୭,୦୩,୬୬୫ରେ ପହଞ୍ଚିଛି | ବର୍ତ୍ତମାନ ପର୍ଯ୍ୟନ୍ତ ୨,୫୮,୩୧୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୭,୧୦,୫୨୫କୁ ବୃଦ୍ଧି ପାଇଛି ।