ସୈନିକ ସ୍କୁଲରେ ସେନାର ନବନିଯୁକ୍ତ ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି | News Room Odisha

ସୈନିକ ସ୍କୁଲରେ ସେନାର ନବନିଯୁକ୍ତ ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି

ଭୁବନେଶ୍ୱର- ଭାରତୀୟ ସ୍ଥଳସେନାରେ ଉପମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ଲେଫ୍ଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଆଜି ସୈନିକ ସ୍କୁଲରେ ପ୍ରେସମିଟ କରିଛନ୍ତି । ସେନାରେ ଯୋଗଦେବା ପାଇଁ ସେ ଓଡିଆ ଯୁବକ ଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି । ଏନସିସି, ଆର୍ମି ସ୍କୁଲ ସଂପର୍କରେ ଆଗ୍ରହୀ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଆର୍ମି ଭେଟେରାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ନବନିଯୁକ୍ତ ସେନା ଉପମୁଖ୍ୟ । ଯେକୌଣସି ବିଦେଶୀ ଆକ୍ରମଣକୁ ଭାରତୀୟ ସେନା ମୁକାବିଲା କରିବାରେ ସକ୍ଷମ ବୋଲି ଚଣ୍ଡି ପ୍ରସାଦ କହିଛନ୍ତି ।

ବାତ୍ୟା ପରେ ଓଡିଶାବାସୀ ଯେଉଁଭଳି ଭାବେ ଗୋଡ ଟେକି ଠିଆ ହେଲେ, ସେଥିପାଇଁ ସେ ଖୁସି ବୋଲି ଲେଫ୍ଟନାଂଟ୍ ଜେନେରାଲ ମହାନ୍ତି କହିଛନ୍ତି । ଏଥିସହ ଓଡିଶାର ବିକାଶ ପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଲେଫ୍ଟନାଂଟ ଜେନେରାଲ ମହାନ୍ତି ପ୍ରଥମ ଓଡିଆ ଭାବେ ଭାରତୀୟ ସ୍ଥାଳସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ସେ ଏହି ମାସ ୩୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ।

Lt General Chandi Prasad Mohanty