ସୋନପୁର ଜିଲ୍ଲାରେ କ୍ରୀଡା ଭିତିଭୂମିର ଉନ୍ନତି ଉପରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗୁରୁତ୍ୱାରୋପ, ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ | News Room Odisha

ସୋନପୁର ଜିଲ୍ଲାରେ କ୍ରୀଡା ଭିତିଭୂମିର ଉନ୍ନତି ଉପରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗୁରୁତ୍ୱାରୋପ, ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ

ଭୁବନେଶ୍ୱର- ସୋନପୁର ଜିଲ୍ଲାର କ୍ରୀଡା ଭିତିଭୂମିର ସୁଦୃଢୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଆଜି ଜିଲ୍ଲା ଗସ୍ତ କରି ମନ୍ତ୍ରୀ ବେହେରା ଜିଲ୍ଲା ସର୍କିଟ ହାଉସଠାରେ ଏକ ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲାର କ୍ରୀଡା ଭିିତିଭୂମିକୁ କିପରି ଅଧିକ ଉନ୍ନତ ଓ ବିକଶିତ କରିହେବ, ସେ ନେଇ କ୍ରୀଡା ମନ୍ତ୍ରୀ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡାକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟରୁ ଅଧିକରୁ ଅଧିକ ଅଲିମ୍ପିଆନ ସୃଷ୍ଟି ଉପରେ ସମସ୍ତଙ୍କୁ ଦୃଷ୍ଟି ଦେବାକୁ ପଡିବ ବୋଲି ମନ୍ତ୍ରୀ କହିଥିଲେ । ତୃଣମୂଳ ସ୍ତରରୁ କ୍ରୀଡା ପ୍ରତିଭାକୁ ଖୋଜି ବାହାର କରିବା ସହ ସେମାନଙ୍କୁ ଉପଯୁକ୍ତ ଖାଦ୍ୟପେୟ ଓ ତାଲିମ ଦେବାକୁ ପଡିବ ବୋଲି ସେ କହିଥିଲେ । ଏହି ଅବସରରେ କ୍ରୀଡା ମନ୍ତ୍ରୀ ଜିଲ୍ଲା ଷ୍ଟାଡିୟମ, ସୁଇମିଂ ପୁଲ୍ ଓ ବ୍ୟାଡମିଂଟନ ହଲ୍ ବୁଲି ଦେଖିଥିଲେ । ଏହାକୁ କିପରି ଏକ ଆଧୁନିକ ଇଂଟିଗ୍ରେଟେଡ୍ ସ୍ପେର୍ଟ୍ସ କଂପ୍ଲେକ୍ସ କରାଯାଇପାରିବ, ସେ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।