୨୪ ଘଂଟାରେ ଦେଶରେ ୫୪ ହଜାର ୪୪ଟି ନୂଆ କୋରୋନା ଆକ୍ରାନ୍ତ, ୭୬ ଲକ୍ଷ ପାର କଲା ପଜିଟିଭ ସଂଖ୍ୟା | News Room Odisha

୨୪ ଘଂଟାରେ ଦେଶରେ ୫୪ ହଜାର ୪୪ଟି ନୂଆ କୋରୋନା ଆକ୍ରାନ୍ତ, ୭୬ ଲକ୍ଷ ପାର କଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ – ଦେଶରେ କୋରୋନା ସଂକ୍ରମଣର ଗତି ପୂର୍ବ ଅପେକ୍ଷା ଧୀମା ପଡିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୪ ହଜାର ୪୪ଟି ନୂଆ ପଜିଟିଭି ମାମଲା ଆସିଛି । ଫଳରେ ଦେଶରେ ଏବେ କୋରୋନା ପଜିଟିଭଙ୍କ ମୋଟ ମାମଲା ୭୬ ଲକ୍ଷ ୫୧ ହଜାର ୧୦୮କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ୭୧୭ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କୋରୋନାଜନିତ ମୃତ୍‌୍ୟୁସଂଖ୍ୟା ୧ ଲକ୍ଷ ୧୫ ହଜାର ୯୧୪ରେ ପହଂଚିଛି । ଦେଶରେ ବର୍ତମାନ ମୋଟ ଆକ୍ଟିଭ ମାମଲା ସଂଖ୍ୟା ହେଲା ୭ ଲକ୍ଷ ୪୦ ହଜାର ୯୦ । ଏ ଯାଏଁ ୬୭ ଲକ୍ଷ ୯୫ ହଜାର ୧୦୩ ସୁସ୍ଥ ହୋଇସାରିଲେଣି । ଗତ ୨୪ ଘଂଟାରେ ୬୧ ହଜାର ୭୭୫ ରୋଗୀ ସୁସ୍ଥ ହୋଇଛନ୍ତି ।

COVID-19