୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ନୃସିଂହନାଥ ଓ ହରିଶଙ୍କର ପୀଠ ପରିଦର୍ଶନ, ବିକାଶ ନେଇ ଅନୁଧ୍ୟାନ | News Room Odisha

୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ନୃସିଂହନାଥ ଓ ହରିଶଙ୍କର ପୀଠ ପରିଦର୍ଶନ, ବିକାଶ ନେଇ ଅନୁଧ୍ୟାନ

ବରଗଡ- ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବରଗଡ ଜିଲ୍ଲା ଗସ୍ତ କରିଛନ୍ତି । ଦୁଇ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଆଜି ପାଇକମାଳରେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ପୀଠର ବିକାଶ ନେଇ ଅନୁଧ୍ୟାନ କରିଛନ୍ତି । ୫-ଟି ସଚିବ ଓ ମୁଖ୍ୟ ସଚିବଙ୍କ ସହ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳ ସଂପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ବରଗଡ ଯାଇଥିଲେ । ନୃସିଂହନାଥ ମନ୍ଦିରର ବିକାଶ ପାଇଁ ଧର୍ମଶାଳାର ନବୀକରଣ ଓ ନୂଆ ଧର୍ମଶାଳା ନିର୍ମାଣ, ନୃସିଂହନାଥ-ହରିଶଙ୍କର ରୋପ୍ ୱେ ନିର୍ମାଣ, ଯାତ୍ରୀ ପ୍ରତିକ୍ଷାଳୟ, ଇକୋ ପାର୍କ, ଶିଶୁ ଉଦ୍ୟାନ ନିର୍ମାଣ ଭଳି ୨୦ଟି ପ୍ରସ୍ତାବ ମନ୍ଦିର କମିଟି ପକ୍ଷରୁ ସଚିବଙ୍କୁ ଦିଆଯାଇଛି । ପରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇଛନ୍ତି । ହରିଶଙ୍କର ପୀଠର ଉନ୍ନତିକରଣ ଓ ବିକାଶ ନେଇ ଅନୁଧ୍ୟାନ କରାଯାଇଛି ।