ଅଦାଲତ ଅବମାନନା ମାମଲା : ୧ ଟଙ୍କା ଜୋରିମାନା ଦେଲା ପରେ ବି ସୁପ୍ରିମକୋର୍ଟଙ୍କ ନିଷ୍ପତି ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କଲେ ପ୍ରଶାନ୍ତ ଭୂଷଣ | News Room Odisha

ଅଦାଲତ ଅବମାନନା ମାମଲା : ୧ ଟଙ୍କା ଜୋରିମାନା ଦେଲା ପରେ ବି ସୁପ୍ରିମକୋର୍ଟଙ୍କ ନିଷ୍ପତି ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ – ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତି ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । ନ୍ୟାୟପାଳିକା ବିରୋଧରେ ଟ୍ୱିଟ୍ କରିଥିବାରୁ ସୁପ୍ରିମକୋର୍ଟ ତାଙ୍କୁ କ୍ଷମା ପ୍ରାର୍ଥନା ପାଇଁ କହିଥିଲେ । ତେବେ ପ୍ରଶାନ୍ତ ଭୂଷଣ କ୍ଷମା ନ ମାଗିବାରୁ ସୁପ୍ରିମକୋର୍ଟ, ତାଙ୍କୁ ୧ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜୋରିମାନା ନ ଦେଲେ ତିନି ମାସ ତାଙ୍କୁ ପେଷାରୁ ବଂଚିତ କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ପ୍ରଶାନ୍ତ ଭୂଷଣ ଗତମାସ ୧୪ ତାରିଖରେ ୧ ଟଙ୍କା ଜୋରିମାନା ରାଶି ଦାଖଲ କରିଥିଲେ । ହେଲେ ସେ କୋର୍ଟଙ୍କ ନିଷ୍ପତି ଗ୍ରହଣ କରିନାହାନ୍ତି ବୋଲି କହିବା ସହ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଥିଲେ ।