ଅନଲକ୍ ୫ ଗାଇଡଲାଇନ୍ସ : ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିପାରିବ ସିନେମା ହଲ୍‌, କ୍ରୀଡାବିତଙ୍କ ଟ୍ରେନିଂ ପାଇଁ ଖୋଲିବ ସୁଇମିଂ ପୁଲ୍ | News Room Odisha

ଅନଲକ୍ ୫ ଗାଇଡଲାଇନ୍ସ : ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିପାରିବ ସିନେମା ହଲ୍‌, କ୍ରୀଡାବିତଙ୍କ ଟ୍ରେନିଂ ପାଇଁ ଖୋଲିବ ସୁଇମିଂ ପୁଲ୍

ନୂଆଦିଲ୍ଲୀ – କେନ୍ଦ୍ର ସରକାର ଅନଲକ୍ ୫ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଅକ୍ଟୋବର ପହିଲାରୁ ଏହା କାର୍ଯ୍ୟକାରୀ ହେବ । ଅକ୍ଟୋବର ୩୧ ତାରିଖ ଯାଏଁ କେବଳ କଂଟେନମେଂଟ୍ ଜୋନରେ ହିଁ ଲକଡାଉନ ଜାରି ହେବ । କଂଟେମମେଂଟ ଜୋନ୍ ବାହାରେ ଅକ୍ଟୋବର ୧୫ ତାରିଖରୁ ସିନେମା ହଲ୍ ଓ ଥିଏଟର ଖୋଲିପାରିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିପାରିବ ସିନେମା ହଲ୍ , ଥିଏଟର ଓ ମଲଟିପ୍ଲେକ୍ସ । ମନୋରଂଜନ ପାର୍କ ମଧ୍ୟ ଅକ୍ଟୋବର ୧୫ରୁ ଖୋଲିବ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ ସ୍କୁଲ୍ ଖୋଲିବା ନିଷ୍ପତି ରାଜ୍ୟ ସରକାର ନେବେ । ଏଥିପାଇଁ ଆଗରୁ ବି ଅନୁମତି ମିଳିସାରିଛି । ପିତାମାତାଙ୍କ ଅନୁମତି ଆଣି ହିଁ ଛାତ୍ରଛାତ୍ରୀ ସ୍କୁଲ୍ ଯାଇପାରିବେ ।

କଂଟେନମେଂଟ୍ ଜୋନ୍ ବାହାରେ ଲକଡାଉନକୁ ବାରଣ କରାଯାଇଛି । ୧୦୦ ଜଣଙ୍କୁ ନେଇ ସାମାଜିକ କାର୍ଯ୍ୟକ୍ରମ ହୋଇପାରିବ । ତେବେ ଅଧିକ ଲୋକଙ୍କୁ ଅନୁମତି ଦେବା ନିଷ୍ପତି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ନେଇପାରିବେ । ଖେଳାଳିଙ୍କ ଟ୍ରେନିଂ ପାଇଁ ସୁଇମିଂ ପୋଲ୍ ଖୋଲିପାରିବ । ଏଥିପାଇଁ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରାଳୟ ଏସଓପି ଜାରି କରିବେ । ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିବ ।