ଅନଲାଇନ ଠକ ରାଜେନ୍ଦ୍ର ମଲ୍ଲିକ ଗିରଫ, ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ | News Room Odisha

ଅନଲାଇନ ଠକ ରାଜେନ୍ଦ୍ର ମଲ୍ଲିକ ଗିରଫ, ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ

ଭଦ୍ରକ- ଅନଲାଇନ ଠକ ରାଜେନ୍ଦ୍ର ମଲ୍ଲିକ ଗିରଫ ହୋଇଛି । ଭଦ୍ରକର ଧୁଷୁରୀ ପୋଲିସ ରାଜେନ୍ଦ୍ରକୁ ତାର ଶ୍ୱଶୁର ଘର ନରହରିପୁର ଗାଁରୁ ଗିରଫ କରିଛି । ଫେକ୍ ଆଇଡି ଜରିଆରେ ୬୦ ଲକ୍ଷରୁ ଅଧିକ ଟଙ୍କାର ଠକେି କରିଛି ରାଜେନ୍ଦ୍ର ମଲ୍ଲିକ । ଦିଲ୍ଲୀ ବିମାନବନ୍ଦର ଓ ନାମୀ ଲୋକଙ୍କ ନାଁରେ ଫେକ୍ ଆଇଡି ଖୋଲି ଠକେଇରେ ସଂପୃକ୍ତ ଥିଲା ରାଜେନ୍ଦ୍ର । ତାକୁ ରିମାଣ୍ଡରେ ନେବା ପାଇଁ ଦିଲ୍ଲୀ ପୋଲିସ ଧୁଷୁରୀ ଥାନାରେ ପହଂଚିଛି ।