ଅନିଲ ଦେଶମୁଖଙ୍କ ଉପରେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ: ଶରଦ ପାୱାର ମୁମ୍ବାଇ - ପୂର୍ବତନ ମୁମ୍ବାଇ | News Room Odisha

ଅନିଲ ଦେଶମୁଖଙ୍କ ଉପରେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ: ଶରଦ ପାୱାର ମୁମ୍ବାଇ – ପୂର୍ବତନ ମୁମ୍ବାଇ

ମୁମ୍ବାଇ – ପୂର୍ବତନ ମୁମ୍ବାଇ ପୋଲିସ କମିଶନରଙ୍କ ଚାଞ୍ଚଲ୍ୟକର ଅଭିଯୋଗ ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଚୌକି ଟଳମଳ ହୋଇଛି । ଦେଶମୁଖଙ୍କୁ ନେଇ ମହାରାଷ୍ଟ୍ରର ମେଣ୍ଟ ସରକାର ପାଇଁ ମଧ୍ୟ ସଙ୍କଟ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ଆସନ୍ତାକାଲି ଶାସକ ‘ମହା ବିକାଶ ଅଗାଡି’ ମେଣ୍ଟର ଏକ ବୈଠକ ବସିବ । ଅନ୍ୟପକ୍ଷେ ଏନ୍‌ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ, ଦେଶମୁଖଙ୍କ ଉପରେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେବେ ।

ସୂଚନାଯୋଗ୍ୟ ଯେ, ‘ଆଣ୍ଟିଲିଆ’ ମାମଲାରେ ପୋଲିସ୍ କମିଶନର ପଦରୁ ବଦଳି ହୋଇଥିବା ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ମୁ୍‌ମ୍ବାଇର ସବୁ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କଠାରୁ ମାସିକ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ ଦେଶମୁଖ ପୋଲିସ ଇନ୍ସିପେକ୍ଟର ସଚିନ ବାଜେଙ୍କୁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ । ତାଙ୍କର ଏହି ଚିଠି ପରେ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ମହାରାଷ୍ଟ୍ର ମେଣ୍ଟ ସରକାରର ଜଣେ ଅଧିକାରୀ ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଗୁରୁତର ବୋଲି କହିଛନ୍ତି । ଦେଶମୁଖ ବିଦା ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।