ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୨୦୨୨ ଜୁନ୍ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ଲକ୍ଷ୍ୟ | News Room Odisha

ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୨୦୨୨ ଜୁନ୍ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର- ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଭାରତ ବାୟୋଟେକ୍ ଏଠାରେ ଟିକା ଉତ୍ପାଦନ କରିବ । କୋରୋନା ସମେତ ୧୦ଟିରୋଗର ଟିକା ଏଠାରେ ଉତ୍ପାଦନ ହେବ । ନିର୍ମାଣ କାର୍ଯ୍ୟ ସରିଲେ ୨୦୨୨ ଜୁନ୍ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଟିକା ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।