ଅରୁଣାଚଳ ପ୍ରଦେଶର ୫ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କଲା ଚୀନ୍ ସେନା | News Room Odisha

ଅରୁଣାଚଳ ପ୍ରଦେଶର ୫ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କଲା ଚୀନ୍ ସେନା

ନୂଆଦିଲ୍ଲୀ – ସୀମାରେ ଜାରି ଉତେଜନା ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ୫ ଭାରତୀୟ ଯୁବକ ନିଜ ମାଟିକୁ ଫେରି ଆସିଛନ୍ତି । ଚୀନ୍ ସେନା ଏହି ୫ ଜଣ ଯୁବକଙ୍କୁ ଭାରତକୁ ହସ୍ତାନ୍ତର କରିଛି । ଏହି ଯୁବକମାନେ ପଥହୁଡି ଚୀନ୍ ଅଂଚଳ ଭିତରକୁ ଚାଲିଯାଇଥିଲେ ।

ଅରୁଣାଚଳ ପ୍ରଦେଶର ଅପର୍ ସୁବନସିରି ଜିଲ୍ଲାରୁ ସଂପୃକ୍ତ ଯୁବକମାନେ ଚୀନ୍ ଅଂଚଳକୁ ଚାଲିଯାଇଥିବା ନେଇ ଭାରତ କହିଲା ପରେ ଚୀନ୍ ବି ଏହା ସ୍ୱୀକାର କରିଥିଲା । ପ୍ରଥମେ କଂଗ୍ରେସ ବିଧାୟକ ଏନ. ନିରିଙ୍ଗ ଯୁବକମାନଙ୍କୁ ପିଏଲଏ ଅପହରଣ କରିନେଇଛି ବୋଲି ପ୍ରଥମେ ସୂଚନା ଦେଇଥିଲେ । ପରେ ସେମାନଙ୍କୁ ଭାରତକୁ ହସ୍ତାନ୍ତର ପାଇଁ ଦାବି କରିଥିଲା ଭାରତ । ଭାରତୀୟ ସେନା ସମସ୍ତ ଔପଚାରିକତା ପୂରଣ କରିବା ସହ ଚୀନ୍ ସେନା ହାତରୁ ସଂପୃକ୍ତ ୫ ଯୁବକଙ୍କୁ ଗ୍ରହଣ କରିଛି ।