ଅଷ୍ଟ୍ରେଲିଆନ ଓପନରେ ଭାରତୀୟ ଚାଲେଞ୍ଜ୍ ଶେଷ, ଡବଲ୍ସରେ ହାରିଲେ ଅଙ୍କିତା, ଦିଭିଜ୍‌ | News Room Odisha

ଅଷ୍ଟ୍ରେଲିଆନ ଓପନରେ ଭାରତୀୟ ଚାଲେଞ୍ଜ୍ ଶେଷ, ଡବଲ୍ସରେ ହାରିଲେ ଅଙ୍କିତା, ଦିଭିଜ୍‌

ମେଲବୋର୍ଣ୍ଣ – ଭାରତର ଦିଭିଜ ଶରନ ଓ ଅଙ୍କିତା ରାଇନାଙ୍କ ପରାଜୟ ସହ ଅଷ୍ଟେଲିଆନ୍ ଓପନରେ ଭାରତୀୟ ଚାଲେଞ୍ଜ ଶେଷ ହୋଇଛି । ଉଭୟ ଶରନ ଓ ଅଙ୍କିତା ଡବଲ୍ସ ବର୍ଗରେ ନିଜ ନଜ ପ୍ରଥମ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ।

ଭାରତର ପଞ୍ଚମ ମହିଳା ଭାବେ ଗ୍ରାଣ୍ଡସ୍ଲାମରେ ପଦାର୍ପଣ କରିଥିବା ଅଙ୍କିତା ଓ ତାଙ୍କ ପାର୍ଟନର ରୋମାନିଆର ମିହାଏଲା ବୁଜାର୍ନେକୁ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡ ମ୍ୟାଚରେ ଅଷ୍ଟ୍ରେଲୀୟ ଯୋଡି ଓଲିଭିଆ ଗାଡେକି ଓ ବେଲିଣ୍ଡା ଉଲକକଙ୍କ ଠାରୁ ୬-୩, ୬-୦ରେ ହାରିଯାଇଥିଲେ । ସେହିପରି ପୁରୁଷ ଡବଲ୍ସରେ ଦିଭିଜ ଓ ତାଙ୍କ ସାଥୀ ସ୍ଲୋଭାକିଆର ଇଗୋର ଜେଲେନେ ଜର୍ମାନୀର ୟାନ୍‌ନିକ ହାନଫମ୍ୟାନ ଓ କେଭିନ କ୍ରାୱିଜଙ୍କ ଠାରୁ ୧-୬, ୪-୬ରେ ପରାସ୍ତ ହୋଇଥିଲେ ।

ପୂର୍ବରୁ ରୋହନା ବୋପାନ୍ନା ମଧ୍ୟ ପୁରୁଷ ଡବଲ୍ସରୁ ବିଦାୟ ନେଇଥିଲେ । ସେ ଓ ତାଙ୍କ ପାର୍ଟନର ଜାପାନର ବେନ୍ ମ୍ୟାକଲାଚ୍ଲନ ପ୍ରଥମ ରାଉଣ୍ଡରେ କୋରିଆର ଜି ସୁଙ୍ଗ୍ ନାମ୍ ଓ ମିନ୍ କ୍ୟୁ ସୋଙ୍ଗଙ୍କ ଠାରୁ ୪-୬, ୬-୭(୦) ସେଟରେ ପରାସ୍ତ ହୋଇଥିଲେ ।

ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଭାରତର ଯୁବ ଖେଳାଳି ସୁମିତ ନାଗଲ ମଧ୍ୟ ପରାସ୍ତ ହୋଇଥିଲେ ।