ଆଉ ଏକ କିନ୍ନର ଗୋଷ୍ଠୀକୁ ପାର୍କିଂ ଫି ସ୍ଲଟ ଦେଲା ବିଏମସି | News Room Odisha

ଆଉ ଏକ କିନ୍ନର ଗୋଷ୍ଠୀକୁ ପାର୍କିଂ ଫି ସ୍ଲଟ ଦେଲା ବିଏମସି

ଭୁବନେଶ୍ୱର- କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ନିଜର ପଦକ୍ଷେପ ସ୍ୱରୂପ ବିଏମସି ଆଜି ଅନ୍ୟ ଏକ କିନ୍ନର ଗୋଷ୍ଠୀଙ୍କୁ ପାର୍କିଂ ଫି ସ୍ଲଟ ଦେଇଛି । ପୂର୍ବରୁ ଗୋଟିଏ ଗୋଷ୍ଠୀକୁ ହୋଲଡିଂ ଟ୍ୟାକ୍ସ ଓ ପାର୍କିଂ ଫି ଦାୟିତ୍ୱ ଦିଆଯାଇଥିଲା । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା କିନ୍ନରମାନେ ଭକ୍ଷାବୃତ୍ତିରୁ ନିବୃତ୍ତ ରହିବା ସହ ଆର୍ଥିକ ଭାବେ ସ୍ୱଚ୍ଛଳ ହେବେ ।