ଆଜାଦଙ୍କ ପରେ ରାଜ୍ୟସଭାରେ ଖଡଗେ ହେବେ ବିରୋଧୀ ଦଳ ନେତା | News Room Odisha

ଆଜାଦଙ୍କ ପରେ ରାଜ୍ୟସଭାରେ ଖଡଗେ ହେବେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ – ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟୁଡୁଙ୍କୁ ଏନେଇ ଅବଗତ କରାଯାଇଛି ବୋଲି ଦଳର ମହାସଚିବ ବେଣୁଗୋପାଳ କହିଛନ୍ତି ।

ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ଆଜାଦଙ୍କ ସ୍ଥାନ ନେବାକୁ କଂଗ୍ରେସର ଆଉ ଜଣେ ଭେଟେରାନ ଆନନ୍ଦ ଶର୍ମା ଇଚ୍ଛା ଜାହିର କରିଥିଲେ । କିନ୍ତୁ ନିକଟରେ ସେ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିବା ପରେ ତାଙ୍କୁ ଏହି ଦାୟିତ୍ୱ ଦେବାକୁ ଦଳ ଚାହୁଁନଥିଲା । ତା’ଛଡ଼ା ଖଡଗେ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ପରିଚିତ । ୨୦୧୯ ଲୋକସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ଦଳ ତାଙ୍କୁ ରାଜ୍ୟସଭାରେ ସୁଯୋଗ ଦେଇଥିଲା ।