ଆଜିଠୁ ସବୁ ଟୋଲ୍ ଗେଟରେ ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ | News Room Odisha

ଆଜିଠୁ ସବୁ ଟୋଲ୍ ଗେଟରେ ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ – ଆଜିଠାରୁ ସାରା ଦେଶରେ ଜାତୀୟ ରାଜପଥ ଟୋଲରେ ପେମେଣ୍ଟ ପାଇଁ ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ ହେବ। ଯେଉଁ ଗାଡିରେ ଫାଷ୍ଟ ଟ୍ୟାଗ୍ ନାହିଁ, ତାଙ୍କୁ ଦୁୁୁଇଗୁୁଣ ଜୋରିମାନା କରାଯିବ | ତେବେ ଦୁଇ ଚକିଆ ଯାନ ଫାଷ୍ଟାଗରୁ ମୁକ୍ତ କରାଯାଇଛି। ୨୦୧୧ରେ ପ୍ରଥମେ ଫାଷ୍ଟ ଟ୍ୟାଗ୍ ଲାଗୁ କରାଯାଇଥିଲା । ୨୦୧୭ ପରେ କିଣାଯାଇଥିବା ସମସ୍ତ ଯାନ ପାଇଁ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଥିଲା |

ଫାଷ୍ଟ ଟ୍ୟାଗ୍ ନଥିଲେ ଡ୍ରାଇଭର / ମାଲିକଙ୍କୁ ଟୋଲ ପ୍ଲାଜା ପାର କରିବା ପାଇଁ ଦୁଇଥର ଟୋଲ ଟ୍ୟାକ୍ସ କିମ୍ବା ଜରିମାନା ଦେବାକୁ ପଡିବ । ଫେବୃଆରୀ ୧୫ ରୁ ୧୦୦ ପ୍ରତିଶତ ଟୋଲ ଫାଷ୍ଟାଗ ସାହାଯ୍ୟରେ ସଂଗ୍ରହ କରିବା
ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ଜାତୀୟ ରାଜପଥରୁ ଆସୁଥିବା ସମସ୍ତ ଟୋଲ ଟ୍ୟାକ୍ସ ମଧ୍ୟରୁ କେବଳ ୮୦ ପ୍ରତିଶତ ଫାଷ୍ଟ ଟ୍ୟାଗ୍ ଦ୍ୱାରା ଆସୁଛି |