ଆଜି ଭାରତ ବାୟୋଟେକର ଟିକା 'କୋଭାକ୍ସିନ୍'କୁ ମଞ୍ଜୁରି ଦେବା ଉପରେ ବିଚାର କରିବ ବିଶେଷଜ୍ଞ କମିଟି | News Room Odisha

ଆଜି ଭାରତ ବାୟୋଟେକର ଟିକା ‘କୋଭାକ୍ସିନ୍’କୁ ମଞ୍ଜୁରି ଦେବା ଉପରେ ବିଚାର କରିବ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ ବିଶେଷଜ୍ଞ କମିଟି ଆଜି ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ଟିକା ‘କୋଭାକ୍ସିନ’ର ଜରୁରୀ ବ୍ୟବହାର ନେଇ ଏକ ସମୀକ୍ଷା ବୈଠକ କରିବ। ଏହା ହେଉଛି ଭାରତର ପ୍ରଥମ କୋଭିଡ୍-୧୯ ଟିକା ଯାହା ଦେଶର ସର୍ବୋଚ୍ଚ ମେଡିକାଲ ସଂସ୍ଥା ଆଇସିଏମଆର ସହଯୋଗରେ ପ୍ରସ୍ତୁତ କରାଯାଉଛି |

ଗତକାଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଅକ୍ସଫୋର୍ଡ ଦ୍ଵାରା ବିକଶିତ ଟିକା ‘କୋଭିସିଲ୍ଡ’ର ଚୂଡ଼ାନ୍ତ ଅନୁମୋଦନ ପାଇଁ ବିଶେଷଜ୍ଞ କମିଟି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସି) କୁ ସୁପାରିଶ କରିଥିଲା।

ଦେଶର ତିନିଟି ଟିକା ଉତ୍ପାଦନକାରୀ କମ୍ପାନୀ ନିଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ଟିକାକୁ ମଞ୍ଜୁରି ମିଳିଥିବା ବେଳେ ଭାରତ ବାୟୋଟେକ୍ ଏବଂ ଆଇସିଏମଆର ଦ୍ଵାରା ବିକଶିତ ଟିକା ‘କୋଭାକ୍ସିନ’ ଓ ଫାଇଜର-ବାୟୋନୋଟେକର ଟିକା ନେଇ ଆବେଦନ ବିଚାରାଧୀନ ରହିଛି । ଫାଇଜର ନିଜ ଟିକା ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ବିଶେଷଜ୍ଞ ପ୍ୟାନେଲକୁ ଅଧିକ ସମୟ ମାଗିଛି ।

COVID-19COVID-19 Vaccine