ଆଜି ରାଜ୍ୟରେ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ | News Room Odisha

ଆଜି ରାଜ୍ୟରେ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକା କମ୍ ଥିବାରୁ ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ରାଜ୍ୟରେ ଆଜି ୩୦୨ କେନ୍ଦ୍ରରେ ଟୀକାକରଣ ଚାଲିଛି । ଗତକାଲି ୯୦ ହଜାର କୋଭିଶିଲ୍ଡ ମିିଳିଛି । ଆଜି ସବୁ ଜିଲ୍ଲାକୁ ସେସବୁ ପଠାଇ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଏ ଯାଏଁ ୫୭ ଲକ୍ଷ ୪୮ ହଜାର ୭୬୯ ଜଣ ଟିକା ନେଇସାରିଲେଣି । ଟିକା ଦେବା ନେଇ କଂପାନିମାନେ ରାଜ୍ୟ ସରକାରଙ୍କୁ କିଛି ଉତ୍ତର ଦେଇନାହାନ୍ତି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । କଂପାନିମାନେ ଟିକା ଦେବା ନେଇ ଆଜି ସୂଚନା ଦେବେ ବୋଲି ଆଶା କରାଯାଉଛି । ଯଦି ଆସନ୍ତାକାଲି ଟିକା ଆସିବ, ତାହା ହେଲେ ମେ’ ପହିଲାରୁ ଟିକାକରଣ ଆରମ୍ଭ ହେବ ବୋଲି ବିଜୟ କହିଛନ୍ତି ।