ଆଜି ସକାଳ ସୁଦ୍ଧା ୮ଟି ରାଜ୍ୟକୁ ୯୦ ଟ୍ୟାଙ୍କର ଅକ୍ସିଜେନ ପଠାଇଛି ଓଡିଶା | News Room Odisha

ଆଜି ସକାଳ ସୁଦ୍ଧା ୮ଟି ରାଜ୍ୟକୁ ୯୦ ଟ୍ୟାଙ୍କର ଅକ୍ସିଜେନ ପଠାଇଛି ଓଡିଶା

ଭୁବନେଶ୍ୱର- ଆଜି ସକାଳ ସୁଦ୍ଧା ୮ଟି ରାଜ୍ୟକୁ ୯୦ ଟ୍ୟାଙ୍କର ଅକ୍ସିଜେନ୍ ଓଡିଶାରୁ ପଠାଯାଇଛି । ୫ ଦିନରେ ମୋଟ ୧ ହଜାର ୬୭୫ ଟନ୍ ତରଳ ଅକ୍ସିଜେନ ପଠାଯାଉଛି । ଗ୍ରୀନ୍ କରିଡରରେ ଅକ୍ସିଜେନ ଯୋଗାଣ ଜାରି ରହିଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି ।

ଆନ୍ଧ୍ର ପ୍ରଦେଶକୁ ୩୦, ତେଲେଙ୍ଗାନାକୁ ୧୯, ମଧ୍ୟପ୍ରଦେଶକୁ ୧୫ ଟ୍ୟାଙ୍କର ପଠାଯାଇଛି । ହରିୟାଣାକୁ ୮, ୟୁପିକୁ ୭, ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କର ପଠାଯାଇଛି । ଛତିଶଗଡକୁ ୪ ଓ ତାମିଲନାଡୁକୁ ୧ ଟ୍ୟାଙ୍କର ତରଳ ଅକ୍ସିଜେନ ପଠାଯାଇଛି ।