ଆଣ୍ଟିଲିଆ ମାମଲା: ହଟିଲେ ମୁମ୍ବାଇ ପୋଲିସ୍ କମିଶନର | News Room Odisha

ଆଣ୍ଟିଲିଆ ମାମଲା: ହଟିଲେ ମୁମ୍ବାଇ ପୋଲିସ୍ କମିଶନର

ମୁମ୍ବାଇ – ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାରେ ମହାରାଷ୍ଟ୍ର ସରକାରା ମୁମ୍ବାଇ ପୋଲିସ୍ କମିଶନର ପରମବୀର ସିଂଙ୍କୁ ହଟାଇଛନ୍ତି । ତାଙ୍କୁ ହୋମ୍‌ଗାର୍ଡ ଓ ସିଭିଲ ଡିଫେନ୍ସ ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନାଗ୍ରାଲେଙ୍କୁ ମୁମ୍ବାଇ ପୋଲିସ୍ କମିଶନର ଭାବେ ନିଯୁକ୍ତ କରାଯାଇଛି ।

ନାଗ୍ରାଲେ ପୂର୍ବରୁ ମହାରାଷ୍ଟ୍ର ପୋଲିସ୍ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା ପରେ ଗୃହମନ୍ତ୍ର ଅନିଲ ଦେଶମୁଖ ଏହି ଘୋଷଣା କରିଛନ୍ତି ।

ଆଣ୍ଟିଲିଆ ମାମଲାରେ ପୂର୍ବରୁ ପୋଲିସ୍ ଇନ୍ସିପେକ୍ଟର ସଚିନ ବାଜେଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗିରଫ କରିସାରିଛି ।