ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ପତ୍ନୀ ମେଲାନିଆ କୋରୋନା ପଜିଟିଭ | News Room Odisha

ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ପତ୍ନୀ ମେଲାନିଆ କୋରୋନା ପଜିଟିଭ

ୱାସିଂଟନ୍ – କୋରୋନା ପଜିଟିଭ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । ପତ୍ନୀ ମେଲାନିଆ ବି ପଜିଟିଭ । ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତାଙ୍କ ମଧ୍ୟରେ ଅନ୍ୟତମ ହୋପ୍ ହିକ୍‌ସ କୋରୋନା ପଜିଟିଭ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଟ୍ରମ୍ପ ଓ ପତୀ୍ନ ମେଲାନିଆଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଖୋଦ୍ ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । କୋରୋନା ପଜିଟିଭ ହୋଇଥିବା ୩୧ ବର୍ଷିୟ ହୋପ୍ ହିକ୍‌ସ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରେ ଅନ୍ୟତମ । ସେ ଟ୍ରମ୍ପଙ୍କ ସହ ଏୟାର ଫୋର୍ସ ୱାନ୍ ରେ ଯାତ୍ରା କରିଥାନ୍ତି ।