ଆସନ୍ତାକାଲି ଠାରୁ ସୁପ୍ରିମକୋର୍ଟ ଜଜ୍‌ଙ୍କୁ ଲାଗିବ ଟିକା, ନିଜ ପସନ୍ଦର ଟିକା ବାଛି ପାରିବେ | News Room Odisha

ଆସନ୍ତାକାଲି ଠାରୁ ସୁପ୍ରିମକୋର୍ଟ ଜଜ୍‌ଙ୍କୁ ଲାଗିବ ଟିକା, ନିଜ ପସନ୍ଦର ଟିକା ବାଛି ପାରିବେ

ନୂଆଦିଲ୍ଲୀ – ମଙ୍ଗଳବାର ଠାରୁ ସୁପ୍ରିମକୋର୍ଟ ଜଜ୍ ମାନଙ୍କୁ ଟିକା ଦିଆଯିବ । ଭାରତରେ ଏବେ ସେରମ୍ ଇନଷ୍ଟିଚ୍ୟୁଟ୍‌ର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ଦିଆଯାଉଛି । ଏହି ଦୁଇ ଟିକା ମଧ୍ୟରୁ ସୁପ୍ରିମକୋର୍ଟ ଜଜ୍ ନିଜ ପସନ୍ଦର ଟିକା ବାଛି ପାରିବେ ।

ସର୍ବୋଚ୍ଚ ନ୍ୟାୟାଳୟର ଜଜ୍ ମାନଙ୍କ ସହ ସେମାନଙ୍କ ପରିବାର ସଦସ୍ୟ ଏବଂ ଅବସରପ୍ରାପ୍ତ ବିଚାରପତିଙ୍କୁ ବି ଟିକା ଲଗାଯିବ । ଟିକାକରଣ ପାଇଁ ସୁପ୍ରିମକୋର୍ଟ କମ୍ପେ୍ଲକ୍ସରେ ବ୍ୟବସ୍ଥା କରାଯାଇଛି । ବିଚାରପତିଙ୍କ ପରିବାର ଲୋକ ନିଜ ଇଚ୍ଛା ଅନୁସାରେ ସୁପ୍ରିମକୋର୍ଟ କମ୍ପେ୍ଲକ୍ସ କିମ୍ବା ସ୍ୱୀକୃତିପ୍ରାପ୍ତ ହସ୍ପିଟାଲରେ ଟିକା ନେଇପାରିବେ ।

ସରକାରୀ ହସ୍ପିଟାଲରେ ଟିକା ସମ୍ପୂର୍ଣ୍ଣ ମାଗଣା ଥିବା ବେଳେ ଘରୋଇ ହସ୍ପିଟାଲରେ ଡୋଜ୍ ପିଛା ୨୫୦ ଟଙ୍କା ଲାଗିବ ।

ଆଜି ଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଗମ୍ଭୀର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି ।

COVID-19 Vaccination