ଆସନ୍ତା ୧୦ରୁ ପିଜି ପ୍ରଥମ ଓ ୟୁଜି ଦ୍ୱିତୀୟ ବର୍ଷ ପାଠପଢା, ୮ରେ ଖୋଲିବ ହଷ୍ଟେଲ | News Room Odisha

ଆସନ୍ତା ୧୦ରୁ ପିଜି ପ୍ରଥମ ଓ ୟୁଜି ଦ୍ୱିତୀୟ ବର୍ଷ ପାଠପଢା, ୮ରେ ଖୋଲିବ ହଷ୍ଟେଲ

ଭୁବନେଶ୍ୱର-ଆସନ୍ତା ୧୦ ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ୟୁଜି ଦ୍ୱିତୀୟ ବର୍ଷ ପାଠପଢା ବି ୧୦ ତାରିଖରୁ ଆରମ୍ଭ ହେବ । ଏହିମାସ ୮ ତାରିଖରୁ ହଷ୍ଟେଲ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ଏପ୍ରିଲ ୧୯ ତାରିଖରୁ ୩୦ ତାରିଖ ମଧ୍ୟରେ ୟୁଜି ତୃତୀୟ ସେମିଷ୍ଟର ପରୀକ୍ଷା ହେବ । ୪ ବର୍ଷିଆ ୟୁଜି କୋର୍ସର ପଂଚମ ସେମିଷ୍ଟର ପରୀକ୍ଷା ବି ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ୟୁଜି ତୃତୀୟ ଓ ପଂଚମ ସେମିଷ୍ଟର ପରୀକ୍ଷା ଫଳ ମେ ୩ରେ ପ୍ରକାଶ ପାଇବ । ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ୍ ୭ରୁ ୧୯ ଯାଏଁ ହେବ । ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଫଳ ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।