ଆୟୁର୍ବେଦ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଅନୁମତି ନିଷ୍ପତିକୁ ବିରୋଧ: ଆଇଏମ୍‌ଏର ଦେଶବ୍ୟାପୀ ଧର୍ମଘଟ | News Room Odisha

ଆୟୁର୍ବେଦ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଅନୁମତି ନିଷ୍ପତିକୁ ବିରୋଧ: ଆଇଏମ୍‌ଏର ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ – ଅସ୍ତ୍ରୋପଚାର କରିବାକୁ ଆୟୁର୍ବେଦ ଡାକ୍ତରଙ୍କୁ ଅନୁମତି ଦିଆଯିବା ନିଷ୍ପତି ବିରୋଧରେ ଶୁକ୍ରବାର ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ଆୟୁର୍ବେଦର ପିଜି ଡାକ୍ତରଙ୍କୁ ଅସ୍ତ୍ରୋପଚାର ଅନୁମତି ସମ୍ବନ୍ଧୀୟ ବିଜ୍ଞପ୍ତିକୁ ପ୍ରତ୍ୟାହାର ଦାବିରେ ଆଇଏମ୍‌ଏ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସବୁ ଅଣ ଜରୁରୀ ଓ ଅଣ କୋଭିଡ୍ ସେବା ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ଆୟୁର୍ବେଦ ଡାକ୍ତରଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ଦେବା ନିଷ୍ପତି ଦେଶର ସ୍ୱାସ୍ଥ୍ୟସେବାକୁ କଳୁଷିତ କରିବା ପାଇଁ ଏକ ହୀନ ଉଦ୍ୟମ ବୋଲି ଆଇଏମ୍‌ଏ ଜାତୀୟ ସଭାପତି ଡାକ୍ତର ରଞ୍ଜନ ଶର୍ମା କହିଛନ୍ତି । ଆଇଏମ୍‌ଏ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତିକୁ ବିରୋଧ କରୁନାହିଁ, ବରଂ ଗୋଟିଏ ଚିକିତ୍ସା ପଦ୍ଧତିକୁ ଅନ୍ୟରେ ମିଶ୍ରଣ କରିବା ନିଷ୍ପ ିକୁ ବିରୋଧ କରୁଛି ବୋଲି ସେ କହିଛନ୍ତି । ଏଭଳି ପଦକ୍ଷେପ ଆୟୁର୍ବେଦ ଚିକିତ୍ସା ପାଇଁ ମଧ୍ୟ ବୁମେରାଂ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି । ଆୟୁର୍ବେଦ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଅନୁମତି ନେଇ କେନ୍ଦ୍ର ସରକାରଙ୍କ ନିଷ୍ପ ିର ପ୍ରତିବାଦରେ ଆଜି ସାରା ଦେଶରେ ଡାକ୍ତରମାନେ ହାତରେ ବ୍ଲାକ ରିବନ୍ ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।