ଇତିହାସ ରଚିଲେ ଭାରତୀୟ ମହିଳା ପାଇଲଟ୍ ଟିମ୍‌, ବିଶ୍ୱର ସବୁଠୁ ଲମ୍ବା ଫ୍ଲାଇଟ୍ ରୁଟ୍ ରେ ବିମାନ ଉଡ଼ାଇଲେ | News Room Odisha

ଇତିହାସ ରଚିଲେ ଭାରତୀୟ ମହିଳା ପାଇଲଟ୍ ଟିମ୍‌, ବିଶ୍ୱର ସବୁଠୁ ଲମ୍ବା ଫ୍ଲାଇଟ୍ ରୁଟ୍ ରେ ବିମାନ ଉଡ଼ାଇଲେ

ନୂଆଦିଲ୍ଲୀ – ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଦଳ ରବିବାର ଇତିହାସ ରଚିଛନ୍ତି । ଏହି ଚାରି ସଦସ୍ୟ ବିଶିଷ୍ଟ ମହିଳା କ୍ରୁ ଦଳ ବିଶ୍ୱର ସବୁଠୁ ଲମ୍ବା ଫ୍ଲାଇଟ୍ ରୁଟ୍‌ରେ ବିମାନ ଉଡ଼ାଇଛନ୍ତି । ଏହି ଭାରତୀୟ ମହିଳା ପାଇଲଟ୍ ଟିମ୍ ଆମେରିକାର ସନ୍ ଫ୍ରାନ୍ସିସ୍କୋରୁ ଏୟାର ଇଣ୍ଡିଆ ବିମାନକୁ ନେଇ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ଏହି ଦୁଇ ସହର ମଧ୍ୟରେ ଏହା ପ୍ରଥମ ବିମାନ ସେବା ଥିଲା । ସବୁଠୁ ବଡ଼ କଥା ହେଉଛି ଏହାର ସବୁ କ୍ରୁ ସଦସ୍ୟ ମହିଳା ଥିଲେ । ଏବଂ ଏହା ଥିଲା ବିଶ୍ୱର ସବୁଠାରୁ ଦୀର୍ଘତମ ଫ୍ଲାଇଟ୍ ଯାତ୍ରା । ସନ୍‌ଫ୍ରାନ୍ସିସ୍କୋ-ବେଙ୍ଗାଲୁରୁ ମଧ୍ୟରେ ଆକାଶପଥ ଦୂରତା ହେଉଛି ସବୁଠୁ ଅଧିକ । ଭାରତର ଏହି ମହିଳା କ୍ରୁ ଦଳ ଉତ୍ତର ମେରୁ ହୋଇ ଆଟଲାଣ୍ଟିକ୍ ମହାସାଗର ପଥ ଦେଇ ବେଙ୍ଗାଲୁରୁରେ ପହଞ୍ôଚଛନ୍ତି । ଏହି ଐତିହାସିକ ବିମାନ ଯାତ୍ରାର ନେତୃତ୍ୱ ନେଇଥିଲେ କ୍ୟାପଟେନ୍ ଜୋୟା ଅଗ୍ରୱାଲ । ଏହି ମହିଳା କ୍ରୁ’ର ଅନ୍ୟ ତିନି ସଦସ୍ୟ ହେଉଛନ୍ତି କ୍ୟାପଯେନ୍ ପି.ଥନମଇ, କ୍ୟାପଟେନ୍ ଆକାଂକ୍ଷା ସୋନବର ଏବଂ କ୍ୟାପଟେନ୍ ଶିବାନୀ ମନହସ ।

ଏହି ଐତିହାସିକ ସଫଳତା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଚାରି ମହିଳା କ୍ରୁ’ଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୂୟସୀ ପ୍ରଶଂସା କରିଛନ୍ତି । ଏହା ଭାରତୀୟ ନାରୀଶକ୍ତିର ଆଉ ଏକ ଉଜ୍ଜଳ ଦୃଷ୍ଟାନ୍ତ ବୋଲି ପୁରୀ ଟ୍ୱିଟ କରି କହିଛନ୍ତି ।