ଇଦ୍ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ଇଦ୍ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା କଟକଣା ମଧ୍ୟରେ ଆଜି ସାରା ରାଜ୍ୟରେ ପବିତ୍ର ଇଦ୍ ଉଲ ଫିତର ପାଳନ କରାଯାଉଛି । ଇସଲାମ ଧର୍ମାବଲମ୍ବୀ ଘରେ ରହି ଇଦ୍ ପାଳନ କରୁଛନ୍ତି । କେବଳ ୫ ଜଣଙ୍କୁ ନେଇ ମସଜିଦ୍ ଓ ଇଦଗାରେ ସ୍ୱତନ୍ତ୍ର ନମାଜ ପାଠ ଓ ପ୍ରାର୍ଥନା ହୋଇଛି । ଇଦ୍ ଉଲ ଫିତର ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମୁସଲମାନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇ ସୁଖ, ସମୃଦ୍ଧି କାମନା କରିଛନ୍ତି । ନିଜ ବାର୍ତ୍ତାରେ ନବୀନ କୋଭିଡର ଦ୍ୱିତୀୟ ଲହରୀର ଭୟାବହତା ଦୃଷ୍ଟିରୁ ମାସ୍କ ପିନ୍ଧିବା,ହାତ ଧୋଇବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି କୋଭିଡର ସମସ୍ତ ନିୟମ ପାଳିବା ପାଇଁ ନିବେଦନ କରିଛନ୍ତି ।