ଇପିଏଫ୍ ସୁଧ ହାର ଅପରିବର୍ତ୍ତିତ, ଗତବର୍ଷ ଭଳି ସୁଧହାର ୮.୫% ଧାର୍ଯ୍ୟ | News Room Odisha

ଇପିଏଫ୍ ସୁଧ ହାର ଅପରିବର୍ତ୍ତିତ, ଗତବର୍ଷ ଭଳି ସୁଧହାର ୮.୫% ଧାର୍ଯ୍ୟ

ନୂଆଦିଲ୍ଲୀ – ୨୦୨୦-୨୧ ପାଇଁ ଇପିଏଫ୍ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଇପିଏଫ୍ ସୁଧ ହାର ଗତବର୍ଷ ଭଳି ୮.୫ ପ୍ରତିଶତ ରହିଛି। ଶ୍ରୀନଗରରେ ଅନୁଷ୍ଠିତ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଇପିଏଫଓ ଚଳିତ ଆର୍ଥିକ ବର୍ଷ (୨୦୨୦-୨୧) ପାଇଁ ଭବିଷ୍ୟ ନିଧି ଜମା ଉପରେ ସୁଧ ହାର ହ୍ରାସ କରିପାରେ ବୋଲି ମନେ କରାଯାଉଥିଲା । ଏପରିକି ସୁଧ ହାର ୨୦୧୯-୨୦ ବର୍ଷର ୮.୫ ପ୍ରତିଶତ ଠାରୁ ମଧ୍ୟ କମ୍ ହେବ ବୋଲି ଚର୍ଚ୍ଚା ହେଉଥିଲା। କରୋନା ମହାମାରୀ ପରେ ଭବିଷ୍ୟ ନିଧି ପାଣ୍ଠିରୁ ବିପୁଳ ପରିମାଣର ଟଙ୍କା ପ୍ରତ୍ୟାହାର ଏବଂ ସଦସ୍ୟଙ୍କ ଅବଦାନ କମ୍ ଯୋଗୁଁ ସୁଧ ହାରରେ ହ୍ରାସ ଘଟିବ ବୋଲି ମନେ କରାଯାଉଥିଲା।

ଗତ ବର୍ଷ ମାର୍ଚ୍ଚରେ, ଇପିଏଫ୍ଓ ୨୦୧୯-୨୦ ବର୍ଷ ପାଇଁ ପ୍ରୋଭିଡେଣ୍ଟ୍ ପାଣ୍ଠି ଜମା ଉପରେ ସୁଧ ହାରକୁ ୮.୫ ପ୍ରତିଶତକୁ ହ୍ରାସ କରିଥିଲା । ସାତବର୍ଷରେ ଏହା ସବୁଠାରୁ ସର୍ବନିମ୍ନ ସୁଧହାର ଥିଲା । ତା’ର ପୂର୍ବ ବର୍ଷ ଅର୍ଥାତ୍ ୨୦୧୮-୧୯ରେ ସୁଧହାର ୮.୬୫ ପ୍ରତିଶତ ଥିଲା ।