ଏନଡିଏ ପ୍ରବେଶିକା ପରୀକ୍ଷାରେ ଓଡିଶା ଛାତ୍ର ଟପ୍ପର, ସମ୍ବଲପୁରର ଇର୍ଷିତା କେଶରୱାନି ଓଜେଏସ ଟପ୍ପର | News Room Odisha

ଏନଡିଏ ପ୍ରବେଶିକା ପରୀକ୍ଷାରେ ଓଡିଶା ଛାତ୍ର ଟପ୍ପର, ସମ୍ବଲପୁରର ଇର୍ଷିତା କେଶରୱାନି ଓଜେଏସ ଟପ୍ପର

କଟକ-ନ୍ୟାସନାଲ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ଓଡିଶାର ରୋନିତ ରଂଜନ ନାୟକ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରଞ୍ଜନ ନାୟକ ହେଉଛନ୍ତି କୋହ୍ଲାପୁରସ୍ଥିତ ଆର୍ମଡ ଫୋର୍ସେସ ପ୍ରିପାରେଟୋରି ଇନଷ୍ଟିଚ୍ୟୁଟର ଛାତ୍ର । ତାଙ୍କ ଘର ହେଉଛି ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ବଛଡା ଗାଁ । ରୋନିତ ରଂଜନ ନାୟକ ଗୋଆର ନାଭାଲ ପବ୍ଲିକ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ସେନାବାହିନୀରେ ପ୍ରବେଶ ପାଇଁ ଆର୍ମଡ ଫୋର୍ସେସ ପ୍ରିପାରେଟୋରି ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଉଥିଲେ । ଏଣେ ଓଜେଏସ -୨୦୧୯ ପରୀକ୍ଷାରେ ସମ୍ବଲପୁର ଜିଲ୍ଲା ବାମର ବ୍ଲକର ଗଡପୋଷର ଇର୍ଷିତା କେଶରୱାନି ଟପ୍ପର ହୋଇଛନ୍ତି । ଗତକାଲି ଓଜେଏସ ପରୀକ୍ଷାଫଳ ବାହାରିଥିଲା ।