ଏମବିଏ ପଢୁଆ ଠକ ନାଁରେ ୧୫ରୁ ଅଧିକ ବ୍ୟାଙ୍କ୍ ଆକାଂଉଟ, ରହିଛି ୨୦ ଲକ୍ଷରୁ ଅଧିକ ଟଙ୍କା  | News Room Odisha

ଏମବିଏ ପଢୁଆ ଠକ ନାଁରେ ୧୫ରୁ ଅଧିକ ବ୍ୟାଙ୍କ୍ ଆକାଂଉଟ, ରହିଛି ୨୦ ଲକ୍ଷରୁ ଅଧିକ ଟଙ୍କା 

ଭୁବନେଶ୍ୱର- ଗିରଫ ଏମବିଏ ପଢୁଆ ଠକ ତୃପ୍ତିରଂଜନର ରିମାଣ୍ଡର ଚତୁର୍ଥ ଦିନରେ ମିଳିଛି ଅନେକ ତଥ୍ୟ । ପାଠୁଆ ଠକର ଅନେକ ଗୁମର ସାମ୍ନାକୁ ଆସିଛି । ତୃପ୍ତିରଂଜନ ନାଁରେ ୧୫ରୁ ଅଧିକ ବ୍ୟାଙ୍କ ଆକାଂଉଟ୍ ରହିଥିବା ସୂଚନା ମିଳିଛି । ବ୍ୟାଙ୍କ ଆକାଂଉଟରେ ୨୦ ଲକ୍ଷରୁ ଅଧିକ ଟଙ୍କା ରହିଛି । ଠାବ ହୋଇଥିବା ବ୍ୟାଙ୍କ ଜମା ଫ୍ରିଜ୍ କରିବାକୁ ପୋଲିସ ଚିଠି ଲେଖିଛି । ଠକ ତୃପ୍ତିରଂଜନର ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ ।