ଏସସିବିରେ ରୋଗୀମାନଙ୍କୁ ତ୍ବରିତ ପାଥୋଲୋଜି ଓ ପରିକ୍ଷଣ ସେବା ଯୋଗାଇ ଦିଆଯିବ: ସ୍ବାସ୍ଥ୍ୟମନ୍ତ୍ରୀ | News Room Odisha

ଏସସିବିରେ ରୋଗୀମାନଙ୍କୁ ତ୍ବରିତ ପାଥୋଲୋଜି ଓ ପରିକ୍ଷଣ ସେବା ଯୋଗାଇ ଦିଆଯିବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକ ବଡ଼ ମେଡ଼ିକାଲର ନିଦାନ ବିଭାଗ ଯଥା : -ପାଥୋଲୋଜି , ମାଇକ୍ରୋବାୟୋଲୋଜି , ରେଡ଼ିଓଲୋଜି ଓ ବାୟୋକେମେଷ୍ଟ୍ର ବିଭାଗ ଗୁଡ଼ିକ ରୋଗୀମାନଙ୍କୁ ନିର୍ଭୁଲ ତଥା ଠିକ୍ ସମୟରେ ସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଲୋକ ସେବା ଭବନଠାରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପରିଚାଳନା ନିର୍ଦ୍ଦେଶିକା , ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ , ସୁପରିଟେଣ୍ଡଟ୍ , ଏସ୍‌ସିବି ମେଡ଼ିକାଲ କଲେଜ , କଟକ , ଡ଼ିଏମ୍ଇଟି , ଓଡ଼ିଶା ତଥା ଉପରୋକ୍ତ ବିଭାଗର ବିଭାଗୀୟ ମୁଖ୍ୟ ମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ ।

ବିଭିନ୍ନ ବିଭାଗରେ ଆବଶ୍ୟକିୟ ଯନ୍ତ୍ରପାତି ତଥା ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ନିମନ୍ତେ ଅଗ୍ରାଧୁକାର ଭିତିରେ ଡ଼ିଏମ୍ଇଟିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ତ୍ବରିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ । ଏହି ସର୍ବପୁରାତନ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପରୀକ୍ଷଣ ତଥା ରିପୋର୍ଟ ଉପଲବ୍ଧ କରିବା ନିମନ୍ତେ ମନ୍ତ୍ରୀ ଦାସ ଗୁରୁତ୍ବାରୋପ କରିଥିଲେ । କଟକ ବଡ଼ ମେଡ଼ିକାଲକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀମାନଙ୍କଠାରୁ ବିଭିନ୍ନ ସମୟରେ ମିଳୁଥିବା ଅଭିଯୋଗ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହି ପ୍ରତିଷ୍ଠାନର ସୁନାମ ବୃଦ୍ଧି ନିମନ୍ତେ ସମସ୍ତେ ନିରନ୍ତର ପ୍ରଚେଷ୍ଟା କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ ।

କଟକ ସ୍ଥିତ ଶିଶୁ ଭବନକୁ ଅଧୁକ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ନବ କିଶୋର ଦାସ ଆଜି ଲୋକ ସେବା ଭବନଠାରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଅଧ୍ୟକ୍ଷ , ଶ୍ରୀରାମଚନ୍ଦ୍ର ଭଜ ଆୟୁବିଜ୍ଞାନ ମହାବିଦ୍ୟାଳୟ , କଟକ , ଅଧ୍ୟକ୍ଷକ , ଶିଶୁ ଭବନ , କଟକ , ଡ଼ିଏମ୍‌ଇଟି , ଓଡ଼ିଶା ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧୁକାରୀଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ । ଅଧୁକ୍ଷକ ଶିଶୁ ଭବନ ଏହି ହସ୍ପିଟାଲର ବିଭିନ୍ନ ସମସ୍ୟା ତଥା ଆବଶ୍ୟକତା ନେଇ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟ ସମସ୍ୟା ଯଥା : ଅଧୁକ ଆଇସିୟୁ ବେଡ଼ , ଖାଲି ପଡ଼ିଥିବା ଡାକ୍ତର , ଲାବୋରାଟେରି ଟେକ୍ନିସିଆନ୍ , ଅର୍ଥ ଅଧୁକାରୀ ପ୍ରଭୃତି ପଦବୀ ପୂରଣ ତଥା ନୂତନ ହସ୍ପିଟାଲ ନିର୍ମାଣକୁ ତ୍ବରାନ୍ବିତ କରିବା ସହିତ ଆନୁଷଙ୍ଗିକ ସ୍ବାସ୍ଥ୍ୟ ଉପକରଣ ତୁରନ୍ତ ଯୋଗାଇବା ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ ।

ପରିଶେଷରେ ଏହି ଉଚ୍ଚତର ଅନୁଷ୍ଠାନ ଜନସାଧାରଣଙ୍କୁ ଉତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସାମୁହିକ ଭାବରେ ପ୍ରଚେଷ୍ଠା କରିବା ନିମନ୍ତେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ।

Health and Family Welfare Minister Naba Kishore DasNaba dasOdisha GovernmentSCB Medical