ଏସିଆନ ଭାରୋତ୍ତୋଳନ ପ୍ରତିଯୋଗିତାର ଓଡିଶାର ଝିଲ୍ଲୀ ଦଳବେହେରାଙ୍କୁ ସ୍ୱର୍ଣ୍ଣ ପଦକ | News Room Odisha

ଏସିଆନ ଭାରୋତ୍ତୋଳନ ପ୍ରତିଯୋଗିତାର ଓଡିଶାର ଝିଲ୍ଲୀ ଦଳବେହେରାଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର- ସିନିଅର ଏସିଆନ ଭାରୋତ୍ତୋଳନ ପ୍ରତିଯୋଗିତାରେ ୪୫ କିଲୋଗ୍ରାମ ବର୍ଗରେ ଓଡିଶାର ଝିଲ୍ଲୀ ଦଳବେହେରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୫୭ କିଲୋଗ୍ରାମ ଭାରୋତ୍ତୋଳନ କରି ପ୍ରଥମ ସ୍ଥାନରେ ରହିଥିଲେ । ଉଜବେକିସ୍ତାନର ରାଜଧାନୀ ତାସକେଂଟରେ ଚାଲିଥିବା ପ୍ରତିଯୋଗିତାରେ ଓଡିଶାରୁ ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ।