ଓଡିଶାକୁ ମିଳିଲା ଦୁଇଟି ଜାତୀୟ ଜନାଗ୍ରହ ସିିଟି ଗଭର୍ଣ୍ଣାନସ ପୁରସ୍କାର | News Room Odisha

ଓଡିଶାକୁ ମିଳିଲା ଦୁଇଟି ଜାତୀୟ ଜନାଗ୍ରହ ସିିଟି ଗଭର୍ଣ୍ଣାନସ ପୁରସ୍କାର

ନୂଆଦିଲ୍ଲୀ – ଜାତୀୟ ସ୍ତରରେ ଓଡିଶାକୁ ପୁରସ୍କାର । ଦ୍ୱିତୀୟ ଜନାଗ୍ରହ ସିଟି ଗଭର୍ଣ୍ଣାନସ ପୁରସ୍କାର ଉତ୍ସବରେ ୫ଟି ଶ୍ରେଣୀ ମଧ୍ୟରୁ ଓଡିଶାକୁ୨ଟି ଶ୍ରେଣୀରେ ପୁରସ୍କାର ମିଳିଛି । ଭର୍ଚୁଆଲ ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଭାପତିତ୍ୱ କରିଥିଲେ । ଜାଗା ମିଶନ ପାଇଁ ଗୃହ ଓ ସହର ବିକାଶ ବିଭାଗ (ଏଚ ଏଣ୍ଡ ୟୁଡିଡି )କୁ ଜାତୀୟ ପୁରସ୍କାର ମିଳିଛ । ବିଭାଗର ସଚିବ ଜି. ମାଥିଭାଥନ ପୁରସ୍କାର ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ବସ୍ତି ବାସିନ୍ଦାଙ୍କ ପାଇଁ ଐତିହାସିକ ଓଡିଶା ଭୂମି ଅଧିକାର ଆଇନ ପାଇଁ ଜାଗା ମିଶନକୁ ମିଳିଛି ପୁରସ୍କାର ।

ଗୃହ ଓ ସହର ବିକାଶ ବିଭାଗର ପବ୍ଲିକ ହେଲଥ ଇଂଜିନିୟରିଂ ଅର୍ଗାନାଇଜେସନକୁ ମଧ୍ୟ ପୁରସ୍କୃତ କରାଯାଇଛି । ପାଇପ ଯୋଗେ ସମସ୍ତଙ୍କୁ ଜଳ ଯୋଗାଣ ଯୋଜନା ପାଇଁ ଅର୍ଗାନାଇଜେସନକୁ ବେଷ୍ଟ୍ ସିଭିକ ଏଜେନ୍ସୀ ପୁରସ୍କାର ମିଳିଛି ।