ଓଡିଶାରେ ଚାଲୁଥିବା ୪ ସ୍ୱତନ୍ତ୍ର ଟ୍ରେନ ବାତିଲ, ସପ୍ତାହାନ୍ତ ସଟ୍‌ଡାଉନରେ ଦୁଇ ସପ୍ତାହ ଯାଏଁ ଚାଲିବ ନାହିଁ ୧୧ ଯୋଡା ଦୈନିକ ସ୍ୱତନ୍ତ୍ର ଟ୍ରେନ | News Room Odisha

ଓଡିଶାରେ ଚାଲୁଥିବା ୪ ସ୍ୱତନ୍ତ୍ର ଟ୍ରେନ ବାତିଲ, ସପ୍ତାହାନ୍ତ ସଟ୍‌ଡାଉନରେ ଦୁଇ ସପ୍ତାହ ଯାଏଁ ଚାଲିବ ନାହିଁ ୧୧ ଯୋଡା ଦୈନିକ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର- ଯାତ୍ରୀ ନ ହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ୪ଟି ଦୈନିକ ସ୍ୱତନ୍ତ୍ର ଟ୍ରେନ ବାତିଲ କରିଦିଆଯାଇଛି । ଭୁବନେଶ୍ୱର-ଜଗଦଲପୁର ସ୍ୱତନ୍ତ୍ର ଟ୍ରେନ ମେ ୮ରୁ ୨୨ ତାରିଖ ଯାଏଁ ବାତିଲ କରାଯାଇଛି । ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ମେ ୯ରୁ ୨୩ ଯାଏଁ ବାତିଲ କରାଯାଇଛି । ବିଶାଖାପାଟଣା- କିରାଣ୍ଡୁଲ୍ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ଆଜିଠାରୁ ୨୧ ତାରିଖ ଯାଏଁ ଓ କିରାଣ୍ଡୁଲ୍ –ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ମେ ୮ରୁ ୨୨ ଯାଏଁ ଚାଲିବ ନାହିଁ ।

ଓଡିଶାରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ଥିବାରୁ ଆସନ୍ତା ଦୁଇ ସପ୍ତାହ ଲାଗି ୧୧ ଯୋଡା ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ବାତିଲ ପାଇଁ ନିଷ୍ପତ୍ତି ହୋଇଛି ।

ମେ ୮, ୯, ୧୫ ଓ ୧୬ ତାରିଖରେ ୨୨ଟି ଟ୍ରେନ ବାତିଲ ହେବ । ସେହି ଟ୍ରେନ ଗୁଡିକ ହେଲା ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର, ପୁରୀ-ଅନୁଗୁଳ-ପୁରୀ, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ପୁରୀ-କଟକ-ପୁରୀ, କଟକ –ଭଦ୍ରକ-କଟକ, କଟକ-ପାରାଦୀପ-କଟକ, ବିଶାଖାପାଟଣା –ରାୟପୁର-ବିଶାଖାପାଟଣା, ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ଓ ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ।