କଡା କୋଭିଡ କଟକଣା ମଧ୍ୟରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା, ଗାଇଡଲାଇନ ଜାରି କଲା ବିଏମସି | News Room Odisha

କଡା କୋଭିଡ କଟକଣା ମଧ୍ୟରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା, ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର- ଏ ଥର କଠୋର କୋଭିଡ କଟକଣା ମଧ୍ୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆୟୋଜନ କରାଯିବ । ଧାର୍ମିକ ମହତ୍ତ୍ୱ ଦୃଷ୍ଟିରୁ ଶ୍ରୀଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷଙ୍କ ଆବେଦନ ବିଚାର କରି ଭୁବନେଶ୍ୱର ମହାନଗର ନିଗମ ବିଏମସି ଚନ୍ଦନ ଯାତ୍ରା ଲାଗି ଅନୁମତି ପ୍ରଦାନ କରିଛି । କୋଭିଡ କଟକଣା ମଧ୍ୟରେ ୨୨ ଦିନିଆ ଚନ୍ଦନ ଯାତ୍ରା ଏହି ମାସ ୧୫ ତାରିଖ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେବ । ବିଏମସି ଗାଇଡଲାଇନ ଅନୁସାରେ ଚନ୍ଦନ ଯାତ୍ରାରେ କୌଣସି ଶ୍ରଦ୍ଧାଳୁ ସାମିଲ ହେବେ ନାହିଁ । ମାତ୍ର ୧୫ ଜଣ ସେବାୟତଙ୍କୁ ନେଇ ଯାତ୍ରା ଆୟୋଜନ କରାଯିବ । ବିଏମସିକୁ ୧୫ ଜଣ ସେବାୟତଙ୍କ ତାଲିକା ଦେବେ ମନ୍ଦିର କତ୍ତୃପକ୍ଷ ।

ସେବାୟତମାନେ ୪୮ ଘଂଟାର କୋଭିଡ ଆରଟି-ପିସିଆର୍ ନେଗେଟିଭ ରିପୋର୍ଟ ଦେବେ । ଚନ୍ଦନ ଯାତ୍ରାରେ ବ୍ୟବହାର ହେବାକୁ ଥିବା ବୋଟ୍‌କୁ ବିଏମସି ସହଯୋଗରେ ସାନିଟାଇଜ୍ କରାଯିବ । ଯାତ୍ରାରେ ସାମିଲ ସେବାୟତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସେମାନଙ୍କ ମଧ୍ୟରେ ୬ ଫୁଟର ସାମାଜିକ ଦୂରତା ବଜାୟ ରହିବ । ପ୍ରତିଦିନ ଯାତ୍ରାରେ ସାମିଲ ହେବା ପୂର୍ବରୁ ସେବାୟତଙ୍କ ଥର୍ମାଲ ସ୍କ୍ରିନିଂ କରିବେ ମନ୍ଦିର କର୍ତ୍ତୃପକ୍ଷ । ନୀତିକାନ୍ତି ବ୍ୟତୀତ ଅନ୍ୟ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।