କରୋନାରୁ ସୁସ୍ଥ ହେଲେ ମନମୋହନ ସିଂହ | News Room Odisha

କରୋନାରୁ ସୁସ୍ଥ ହେଲେ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନାରୁ ସୁସ୍ଥ ହୋଇଛନ୍ତି । ଗୁରୁବାର ତାଙ୍କୁ ହସ୍ପିଟାଲରୁ ଛାଡ଼ ମିଳିଛି । ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏହି ୮୭ ବର୍ଷୀୟ କଂଗ୍ରେସ ନେତା ଏପ୍ରିଲ ୧୯ରେ କୋଭିଡ୍ ପଜିଟିଭ୍ ହୋଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମନମୋହନ ଦୁଇଟି ଯାକ କୋଭିଡ୍ ଡୋଜ୍ ନେବା ସତ୍ତ୍ୱେ କରୋନା ସଂକ୍ରମିତ ହୋଇଥିଲେ । ସେ ମାର୍ଚ୍ଚ ୪ରେ ଟିକାର ପ୍ରଥମ ଏବଂ ଏପ୍ରିଲ ୩ରେ ଦ୍ୱିତୀୟ ଡୋଜ୍ ନେଇଥିଲେ ।