କରୋନା ଅପଡେଟ୍‌: କ୍ରମାଗତ ତୃତୀୟ ଦିନ ଦୈନିକ ମାମଲା ୧୮ ହଜାର ଉପରେ | News Room Odisha

କରୋନା ଅପଡେଟ୍‌: କ୍ରମାଗତ ତୃତୀୟ ଦିନ ଦୈନିକ ମାମଲା ୧୮ ହଜାର ଉପରେ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ଗ୍ରାପ୍ ପୁରି ଊର୍ଦ୍ଧ୍ୱମୁହାଁ ହେବାରେ ଲାଗିଛି । କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ କରୋନାର ଦୈନିକ ମାମଲା ୧୮ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧୮ ହଜାର ୫୯୯ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ରୋଗରେ ଆଉ ୯୭ ଜଣ ଲୋକଙ୍କ ମୃତ୍ୟୁ ବି ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ମୋଟ କରୋନା ମାମଲା ୧ କୋଟି ୧୩ ଲକ୍ଷ ୨୯ ହଜାର ୩୯୮କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୭ ହଜାର ୮୫୩ ଜଣଙ୍କର ମୃତ୍ୟୁ ହୋଇଛି ।

ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସକ୍ରିୟ ମାମଲା ମଧ୍ୟ ବଢ଼ିଛି । ଦେଶରେ ଏବେ ୧ ଲକ୍ଷ ୮୮ ହଜାର ୭୪୭ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି । ଏଯାବତ୍ କରୋନାରୁ ୧ କୋଟି ୮ ଲକ୍ଷ ୮୨ ହଜାର ୭୯୮ ଜଣ ସୁସ୍ଥ ହୋଇସାରିଛନ୍ତି । କରୋନା ବିରୋଧରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଭାରତରେ ବର୍ତ୍ତମାନ ସୁଦ୍ଧା ଦୁଇ କେଟି ୯ ଲକ୍ଷ ୮୯ ହଜାର ୧୦ଜଣ ଲୋକଙ୍କୁ କରୋନା ଟିକା ଦିଆଯାଇଛି ।

COVID-19