କରୋନା ଅପଡେଟ୍‌: ଦେଶରେ ଆଉ ୧୨,୬୮୯ ନୂଆ ମାମଲା | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୧୨,୬୮୯ ନୂଆ ମାମଲା

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୨,୬୮୯ ନୂଆ ମାମଲା ସାମ୍ନାକୁ ଆସିଛି । ଦିନକରେ କରୋନାରେ ଆଉ ୧୩୭ ଜଣ ଲୋକଙ୍କ ଜୀବନ ଯାଇଛି । ଏହି ରୋଗରୁ ଆଉ ୧୩,୩୨୦ ଲୋକ ସୁସ୍ଥ ବି ହୋଇଛନ୍ତି । ଦେଶରେ ଲଗାତର ଷଷ୍ଠ ଦିନ ଧରି ଦୈନିକ ମାମଲା ୧୫ ହଜାର ତଳେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୯୦ ହଜାରକୁ ବୃଦ୍ଧି ପାଇଛି । ଏହି ମହାମାରୀରେ ଏଯାବତ୍ ୧ ଲକ୍ଷ ୫୩ ହଜାର ୭୨୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୩ ଲକ୍ଷ ୫୯ହଜାର ଲୋକ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଏବେ କେବଳ ୧ଲକ୍ଷ ୭୬ ହଜାର ସକ୍ରିୟ ମାମଲା ରହିଛି ।

COVID-19