କରୋନା ଅପଡେଟ୍‌: ଦେଶରେ ଆଉ ୧୪,୨୫୬ ଆକ୍ରାନ୍ତ ଚିହ୍ନଟ, ୧୫୨ ଲୋକଙ୍କ ମୃତ୍ୟୁ | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୧୪,୨୫୬ ଆକ୍ରାନ୍ତ ଚିହ୍ନଟ, ୧୫୨ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଦେଶରେ କ୍ରମାଗତ ଦ୍ୱିତୀୟ ଦିନ ୧୫ ହଜାରରୁ କମ୍ ଦୈନିକ ମାମଲା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧୪,୨୫୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀ ଆଉ ୧୫୬ ଜଣଙ୍କ ଜୀବନ ନେଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଆଉ ୧୭,୧୩୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୩୯ ହଜାର ୬୮୪ରେ ପହଞ୍ଚିଛି ।

ଏଥିମଧ୍ୟରୁ ୧ ଲକ୍ଷ ୫୩ ହଜାର ୧୮୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏଯାବତ ମୋଟ ୧ କୋଟି ୩ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ କେବଳ ୧ ଲକ୍ଷ ୮୫ ହଜାର ସକ୍ରିୟ ମାମଲା ରହିଛି ।

COVID-19