କରୋନା ଅପଡେଟ୍‌: ଦେଶରେ ଆଉ ୧୮ ହଜାର ନୂଆ ମାମଲା, ମୃତ୍ୟୁ ସଂଖ୍ୟା ଦେଢ଼ଲକ୍ଷ ଟପିଲା | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୧୮ ହଜାର ନୂଆ ମାମଲା, ମୃତ୍ୟୁ ସଂଖ୍ୟା ଦେଢ଼ଲକ୍ଷ ଟପିଲା

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୮,୦୮୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହି ରୋଗରେ ଆଉ ୨୬୪ ଜଣଙ୍କ ମୃତ୍ୟୁ ବି ଘଟିଛି । ଭାରତରେ ଏବେ ମୋଟ କରୋନା ମାମଲା ୧ କୋଟି ୩ ଲକ୍ଷ ୭୪ ହଜାର ୩୯୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଦେଢ଼ଲକ୍ଷ ଟପିଛି । ଭାରତରେ ଏହି ମହାମାରୀରୁ ଏଯାବତ୍ ମୋଟ ୧ଲକ୍ଷ ୫୦ ହଜାର ୧୧୪ ଲୋକଙ୍କ ଜୀବନ ଗଲାଣି । ଗତ ୨୪ ଘଣ୍ଟାରେ ଏହି ରୋଗରୁ ଆଉ ୨୧ ହଜାର ୩୧୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧ ଭାରତରେ କରୋନାରୁ ୯୯ ଲକ୍ଷ ୯୭ ହଜାର ୨୭୨ ଲୋକ ସୁସ୍ଥ ହୋଇସାରିଛନ୍ତି । ଏବେ କେବଳ ୨ ଲକ୍ଷ ୨୭ ହଜାର ୫୪୬ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

COVID-19