କରୋନା ଅପଡେଟ୍‌: ଦେଶରେ ଆଉ ୩୦ ହଜାର ନୂଆ ଆକ୍ରାନ୍ତ, ୯୮ ଲକ୍ଷ ଟପିଲା ମୋଟ ମାମଲା | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୩୦ ହଜାର ନୂଆ ଆକ୍ରାନ୍ତ, ୯୮ ଲକ୍ଷ ଟପିଲା ମୋଟ ମାମଲା

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘ ।ରେ ଆଉ ୩୦,୦୦୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ କରୋନା ମାମଲା ୯୮ ଲକ୍ଷ ଟପିଛି । ଦିନକରେ ଆଉ ୪୪୨ ଜଣ ଲୋକ ଏହି ରୋଗରେ ପ୍ରାଣ ହରାଇଥିବା ବେଳେ ୩୩,୪୯୪ ଜଣ ସୁସ୍ଥ ହୋଇଛନ୍ତି । ଗତ ୧୩ ଦିନ ଧରି ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରୁ କମ୍ ରହିଛି । ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୮ ଲକ୍ଷ ୨୬ ହଜାରକୁ ବୃଦ୍ଧି ପାଇଛି । ମୃତକ ସଂଖ୍ୟା ୧ ଲକ୍ଷ ୪୨ ହଜାର ୬୨୮ରେ ପହ ିଛି । ତେବେ ସକ୍ରିୟ ମାମଲା କ୍ରମାଗତ ଭାବେ ଖସିବାରେ ଲାଗିଛି । ଦେଶରେ ଏବେ ମୋଟ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗ୍ୟ ସଂଖ୍ୟା ୩ ଲକ୍ଷ ୬୦ ହଜାର ରହିଛି । ଭାରତରେ ଏଯାବତ ୯୩ ଲକ୍ଷ ୨୪ ହଜାର ଲୋକ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।

ଆଇସିଏମ୍‌ଆର ତଥ୍ୟ ଅନୁସାରେ ଗତ ୨୪ ଘ ।ରେ ଦେଶରେ ମୋଟ ୧୦.୬୫ ଳକ୍ଷ ନମୁନା ପରୀକ୍ଷା କରାଯାଇଛି । ଏଯାବତ ମୋଟ ୧୫ କୋଟି ୨୬ ଲକ୍ଷ ନୁମନା ପରୀକ୍ଷା କରାଯାଇଅଛି । ଭାରତରେ ପଜିଟିଭିଟି ହାର ୭ ପତିଶତ ରହିଛି ।

COVID-19