କରୋନା ଅପଡେଟ୍‌: ଦେଶରେ ଚିହ୍ନଟ ହେଲେ ଆଉ ୨୪,୮୮୨ ହଜାର ଆକ୍ରାନ୍ତ, ଚଳିତ ବର୍ଷର ସର୍ବାଧିକ ଦୈନିକ ମାମଲା | News Room Odisha

କରୋନା ଅପଡେଟ୍‌: ଦେଶରେ ଚିହ୍ନଟ ହେଲେ ଆଉ ୨୪,୮୮୨ ହଜାର ଆକ୍ରାନ୍ତ, ଚଳିତ ବର୍ଷର ସର୍ବାଧିକ ଦୈନିକ ମାମଲା

ନୂଆଦିଲ୍ଲୀ – ଭାରତରେ କରୋନା ପ୍ରକୋପ କ୍ରମାଗତ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୪,୮୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷ ଦୈନିକ ମାମଲାରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ଡିସେମ୍ବର ୨୩, ୨୦୨୦ ପରେ ୨୪ ହଜାରରୁ ଊର୍ଦ୍ଧ୍ୱ ଦୈନିକ ମାମଲା ଚିହ୍ନଟ ହୋଇଛି । ଏହି ରୋଗରେ ଆଉ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯,୯୫୭ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୧୩ ଲକ୍ଷ ୩୩,୭୨୮କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୮ ହଜାର ୪୪୬ ଲୋକଙ୍କ ମୃତ୍ୟୁ ହୋଇଛି । ୧ କୋଟି ୯ ଲକ୍ଷ ୭୩ ହଜାର ୨୬୦ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ବଢ଼ୁଥିବା ଯୋଗୁଁ ସକ୍ରିୟ ମାମଲା ବି ବଢ଼ି ଚାଲିଛି । ଭାରତରେ ସକ୍ରିୟ ମାମଲା ୨ ଲକ୍ଷ ୨୦୨୨ରେ ପହଞ୍ଚିଛି ।

COVID-19