କରୋନା ଅପଡେଟ୍‌: ଭାରତରେ ଆଉ ୧୧,୬୬୬ ନୂଆ ମାମଲା | News Room Odisha

କରୋନା ଅପଡେଟ୍‌: ଭାରତରେ ଆଉ ୧୧,୬୬୬ ନୂଆ ମାମଲା

ନୂଆଦିଲ୍ଲୀ – ଭାରତର କୋଭିଡ-୧୯ର ଆଉ ୧୧,୬୬୬ ମାମଲା ଚିହ୍ନଟ ହୋଇଛି । ଏଥିସହ ଦେଶରେ ମୋଟ ମାମଲା ୧ କୋଟି ୭ ଲକ୍ଷ ୧୧୯୩କୁ ବୃଦ୍ଧି ପାଇଛି । କରୋନାରୁ ଏବେ ସୁଦ୍ଧା ୧ କୋଟି ୩ ଲକ୍ଷ ୭୩ ହଜାର ୬୦୬ ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ସୁସ୍ଥ ହାର ୯୬.୯୪ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ଆଉ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟ ସଂଖ୍ୟା ୧ ଲକ୍ଷ ୫୩ ହଜାର ୮୪୭କୁ ବୃଦ୍ଧି ପାଇଛି । ଦେଶରେ ଏବେ କେବଳ ୧ ଲକ୍ଷ ୭୩ ହଜାର ୭୪୦ ସକ୍ରିୟ ମାମଲା ରହିଛି ।

COVID-19