କରୋନା ଅପଡେଟ୍: ଦେଶରେ ଆଉ ୧୧,୬୪୯ ନୂଆ ମାମଲା, ୯୦ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୧,୬୪୯ ନୂଆ ମାମଲା, ୯୦ ମୃତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ କରୋନାର ୧୧ ହଜାର ୬୪୯ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ରୋଗରେ ଆଉ ୯୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୮୨.୫ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟ କର୍ମୀମାନେ ଦ୍ୱିତୀୟ ଡୋଜ୍ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ଏଯାବତ ମୋଟ କରୋନା‌ ମାମଲା ୧ କୋଟି ୯ ଲକ୍ଷ ୧୬ ହଜାର ୫୮୯ ରେ ପହଞ୍ଚିଛି। ଏଥିମଧ୍ୟରୁ ଏକ ଲକ୍ଷ ୫୫ ହଜାର ୭୩୨ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ ସକ୍ରିୟ ମାମଲା ୧ ଲକ୍ଷ ୩୯ ହଜାର ୬୩୭ ରହିଥିବା ବେଳେ ୧ କୋଟି ୬ ଲକ୍ଷ ୨୧ ହଜାର ୨୨୦ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୮୨ ଲକ୍ଷ ୮୫ ହଜାର ୨୯୫ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

COVID-19